୭ମ ସର୍ବଭାରତୀୟ ନୃତ୍ୟ ପର୍ବ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ନୃତ୍ୟଧାମ ଭୁବନେଶ୍ୱରର ୭ମ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଙ୍ଗୀତ ଉତ୍ସବ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ୨୦ ଓ ୨୨ ତାରିଖ ଦୁଇ ଦିନ ଧରି ଆୟୋଜିତ ହେଉଛି । ଉତ୍ସବର ପ୍ରଥମ ଦିନରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ପ୍ରବୋଧ ରଥ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାସ ଓ ଗୁରୁ ସଙ୍ଗୀତା ଗୋସାଇଁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ରଞ୍ଜନା ଗୋହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିୁଙ୍କୁ ନୃତ୍ୟଧାମ ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଉତ୍ସବର ପ୍ରଥମ ଦିନରେ ଗୁରୁ ପଦ୍ମଶ୍ରୀ ରଞ୍ଜନା ଗୋହର ମଙ୍ଗଳା ଚରଣରେ ମାତା ସରସ୍ୱତୀଙ୍କୁ ବନ୍ଦନା କରି ମାଣିକ୍ୟ ବୀଣା ପ୍ରଦର୍ଶନ କରିଥିଲେ । ତାପରେ ଅଭିନୟରେ ଶ୍ରୀ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦରେ ସଖୀ ହେ କେଶୀ ମଦନ ମୁଦାରାମ୍ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ପରେ ପରେ ପଦ୍ମଶ୍ରୀ ଅରୁଣା ମହାନ୍ତି ଅଭିନୟରେ ଉପନାୟକ କରି ଦର୍ଶକ ମଣ୍ଡଳଙ୍କୁ ବିମୋହିତ କରିଥିଲେ । ଏହାପରେ ଉସ୍ତାଦ ବିସମିଲାଖାଁ ପୁରସ୍କାର ପ୍ରାପ୍ତ ବିନୋଦ କେଭିନ୍ ବଚନ ଯୋଗି ଆଇ ବାଦରିୟାସାବନ କି ମୀରା ବାଇଁଙ୍କ ଆଧାରିତ ଅଭିନୟ କରିଥିଲେ । ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପ୍ରଖ୍ୟାତ ନୃତ୍ୟଗୁରୁ ପଦ୍ମଶ୍ରୀ ରଞ୍ଜନା ଗୋହର, ରାଗ ମେଘ ଓ ତାଳ ଜତି ଉପରେ ଆଧାରିତ । ତାପରେ ନୃତ୍ୟାଙ୍ଗନା ଡଃ ଶୁଭଶ୍ରୀ ପଟ୍ଟନାୟକ କୁନ୍ତୀ ଅଭିନୟ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶ୍ରୀ ଦୁର୍ଗାଚରଣ ରଣବୀର । ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ସୁକାନ୍ତ କୁଣ୍ଡୁ ଓ ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ୱାଇଁ ରହିଥିଲେ । ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ