ବାଙ୍ଗୁର ଓଏମସି ଖଣିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିନେଇ ଖଣି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବାଙ୍ଗୁର ଓଏମସି ଖଣିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିନେଇ ଆଜି ୫୦ରୁ ଉର୍ଦ୍ଧ୍ବ ଯୁବକ ଖଣି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏବେ ଖଣିରେ କିଛି ନିରାପତ୍ତା ରଖିଙ୍କୁ ନିଯୁକ୍ତି ଦିଆଯିବାର କାର୍ଯ୍ୟକ୍ରମ ଥିବା ଓ ଏଥିରେ ବାହାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦିଆ ଯାଉଥିବା ଶୁଣି ବାଙ୍ଗୋର, ଧନୁର୍ଜୟପୂର, ବାଲିବରେଇ, କେ.ବାଲିପାଳ, ହଦଗଡ଼ ଆଦି ପଞ୍ଚାୟତର ଯୁବକ ମାନେ ଆସି ଓଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହିତ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲେ। ରାହୁଲ ପାତ୍ର, ରାଜେଶ କୁମାର ପାତ୍ର, ପ୍ରଦୀପ ଗିରି, ସୁରେଶ ନାଇକ, ଅଲେଖ ବିନ୍ଧାଣି, ପ୍ରଶାନ୍ତ ବେହେରା, ଅକ୍ଷୟ ମଲ୍ଲିକ, ରମାକାନ୍ତ ପରିଡା, ହରେକୃଷ୍ଣ ପାତ୍ର, ଜୟଦେବ ପାତ୍ର, ପ୍ରମୋଦ କୁମାର ପାତ୍ର, ସଚିନ କୁମାର ଜେନା, ବାବୁଲା ସେଠୀ, ମଙ୍ଗଳ ହୋ, ଅମୀୟ ପାତ୍ର, ସୁଶାନ୍ତ ବେଜ, ଚୈତନ ହୋ, ବାବାଜୀ ସେନାପତି, ବିଶ୍ୱଜିତ ପରିଡା, ପିତାମ୍ବର ପ୍ରଧାନ, ଦିନବନ୍ଧୁ ପରିଡାଙ୍କ ସମେତ ୫୦ରୁ ଉର୍ଦ୍ଧ ଯୁବକ ଏହି ବିକ୍ଷୋଭ ପ୍ରତିବାଦରେ ସାମିଲ ହୋଇଥିଲେ। ଏନେଇ ସେମାନେ ଏକ ଦାବିପତ୍ର ଖଣିଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଯଦି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ସୁଯୋଗ ନମିଳେ ତେବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।