ଅବ୍ୟବସ୍ଥା ଘେରରେ କାଶୀନଗର ମିନି ପାର୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଏନଏସି ଅଧୀନରେ ଅବସ୍ଥିତ ବ୍ଲକ୍ ଓ ମେଡିକାଲ୍ କଲୋନୀ ସମୀପରେ ରହିଥିବା ଏହି ମିନି ପାର୍କର ଶ୍ରେୟସ ଉଦ୍‌ଘାଟନ ହେବାକୁ ପ୍ରାୟ ୧ ବର୍ଷ ହେବାକୁ ଆସୁଛି। ମନୋରମ ପରିବେଶରେ ଉଦ୍‌ଘାଟିତ ହୋଇଥିବା ଏହି ପାର୍କ ଏବେ ଅବାଧିତ ଅବସ୍ଥା ଭୋଗୁଛି l ପାର୍କ ରେ କୌଣସି ଆଲୋକ ବ୍ୟବସ୍ଥା ନଥିବାରୁ ଲୋକ ମାନେ ନାନା ଅସୁବିଧା ଭୋଗୁଛନ୍ତି। ଆଲୋକ ଅଭାବ କାରଣରୁ ଏଠାରେ ଅନାଧିକୃତ କାର୍ଯ୍ୟକଳାପ ହେଉଛି, ଯାହାକି ସାମାଜିକ ଭାବେ ଅପରାଧ ଅଟେ।ଏହି ପାର୍କ ରେ ରାତ୍ର ସମୟରେ ମଧ୍ୟ କୌଣସି ଚାବି ପକା ଯାଉନାହିଁl ଏହି ପାର୍କର ରକ୍ଷଣାବେକ୍ଷଣର ଦାୟିତ୍ଵ ମିଶନ ଶକ୍ତି ମହିଳା ଦଳକୁ ଦିଆଯାଇଥିଲା, କିନ୍ତୁ ତଥାପି କୌଣସି ରକ୍ଷଣାବେକ୍ଷଣ କରାଯାଇନାହିଁ। ପାର୍କରେ ଥିବା ଆଖାପାଖ ବାହ୍ୟ କ୍ଷେତ୍ରରେ ସଫା ସୁତୁରା ନଥିବାରୁ ସେଠାରେ ଅନେକ ସାମ୍ପ୍ରତିକ ସମସ୍ୟା ସୃଷ୍ଟି ହେଉଛି। ପାର୍କର ବ୍ୟାୟାମ ପାଇଁ ଲଗାଯାଇଥିବା ଯନ୍ତ୍ରଗୁଡ଼ିକ ମଧ୍ୟ ରକ୍ଷଣାବେକ୍ଷଣର ଅଭାବରୁ ଖରାପ ସ୍ଥିତିରେ ରହିଛି। ପାର୍କର ତତ୍କାଳ ଆଲୋକ ବ୍ୟବସ୍ଥା କରିବା ,ଦାୟିତ୍ଵ ରେ ଥିବା ମହିଳା ଦଳ ତାଙ୍କର ରକ୍ଷଣାବେକ୍ଷଣ ତୁଲାଇବ ଓ ସ୍ଥାନୀୟ ପ୍ରଶାସନ ଏ ଦିଗରେ ତତ୍କାଳ ପଦକ୍ଷେପ ନେବାପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ୲ ରାତ୍ର ସମୟ ରେ ମଦ୍ୟପଙ୍କ ଆଡା ସ୍ଥଳୀ ପାଲଟିଛି ଏହି ପାର୍କ l ଅନ୍ଧାର ର ସୁଯୋଗ ନେଇଁ ଜନସାଧାରଣ ପାର୍କ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ