ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସୁପ୍ରିମକୋର୍ଟ ଏସ୍‌ସି / ଏସ୍‌ଟି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ପ୍ରଦାନ କରିଥିବା ରାୟର ପ୍ରତିବାଦ ନେଇ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଓଡିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି/ ଜନଜାତୀ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କ୍ରମେ ଗଞ୍ଜାମ ଜିଲାର ସଦର ମହକୁମାରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହାକୁ ପୁନଃ ବିଚାର କରି ପ୍ରତ୍ୟାହାର ଦାବୀ କରିବା ସହ ଗଞ୍ଜାମ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ପରେ ଶତାଧିକ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ଜାତୀୟ ରାଜପଥ ଅବରୋଧ କରିଥିଲେ । ଜାତୀୟ ରାଜପଥ ପିକେଟିଂ କରି ବହୁ ସମୟ ପ୍ରର୍ଯ୍ୟନ୍ତ ଅବରୋଧ କରାଯାଇଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଯଦି କେନ୍ଦ୍ର ସରକାର ଏହି ସଂରକ୍ଷଣକୁ ବାତିଲ ନକରିବେ ତେବେ ଆଗାମି ଦିନରେ ବଡ ଧରଣର ଆନ୍ଦୋଳନର ଚେତାବନୀ ଦେଇଥିଲେ । ଏହା ସହ ନୂତନ ଜଙ୍ଗଲ ସଂରକ୍ଷଣ ଆଇନ – 2023 ରଦ୍ଦ ଦାବୀ, ଆଦିବାସୀ ଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର କରିବା ବନ୍ଦ କର, ଭାରତ ମାଳା ପ୍ରକଳ୍ପ ନାମରେ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀଙ୍କର ବିସ୍ଥାପନ ବନ୍ଦ ଆଦି ଦାବୀ କରିବା ସହ ବହୁ ଆଦିବାସୀମାନେ ନିଜର ପରାମ୍ପାରିକ ଅସ୍ତ୍ରସସ୍ତ୍ର ଧରି ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା । ଆଦିବାସୀ ବିରୋଧୀ ବିଜେପି ସରକାର ମୁର୍ଦାବାଦ ନାରାବାଜି କରିଥିଲେ | ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ ଙ୍କୁ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ ଥିଲେ | ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଭାରତ ମୁକ୍ତି ମୋର୍ଚ୍ଚା ସଭାପତି ସୁମା ଦାସ, ବିଜୟ ସ୍ୱାଇଁ, ସିମାଞ୍ଚଳ ନାହାକ, ଭାଗିରଥି ବେହେରା, ଭୋକାଲି ସେଠି,ରମେଶ ଶବର, ରାଜୁ ଶବର, କଣମଣା ପଂଚାୟତ ପୂର୍ବତନ ସମିତିସଭ୍ୟା ରଶ୍ମିତା ବେହେରା,ନୀଳାଦ୍ରି ପ୍ରଧାନ, ପ୍ରମୁଖ ଉପସ୍ଥିତଥିଲେ | ଅନ୍ୟ ପକ୍ଷରେ ସହରର ସମସ୍ତ ଦୋକାନ ବଜାର ଖୋଲା ରହିଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ