ନୃତ୍ୟଧାମ ପକ୍ଷରୁ ଜାତୀୟସ୍ତରୀୟ ସପ୍ତମ ଗୁରୁନମନ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସର୍ବଭାରତୀୟ ଓଡ଼ିଶୀନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଜାତୀୟସ୍ତରୀୟ ସପ୍ତମ ଲବ୍ଧ ପ୍ରତିଷ୍ଠ ଓଡ଼ିଶୀନୃତ୍ୟ ଗୁରୁମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୨୨ ତାରିଖ ରବିନ୍ଦ୍ର ମଣ୍ଡପଠାରେ ନୃତ୍ୟଧାମ ସପ୍ତମ ଶାସ୍ତ୍ରୀୟ ନୃତ୍ୟ ଓ ଗୁରୁନମନ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଜାତୀୟସ୍ତରୀୟ ନୃତ୍ୟ ସମାରୋହରେ ଅଗଷ୍ଟ ୨୨ ତାରିଖ ଦିନ ପଦ୍ମଶ୍ରୀ ଗୀତା ମହାଳିକ ଓ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଗୁରୁନମନ ଜୀବନବ୍ୟାପୀ ସମ୍ମାନ-୨୦୨୪ ପ୍ରଦାନ କରାଯିବ । ଗୁରୁ ଶ୍ରୀ ଦୁର୍ଗାଚରଣ ରଣବୀର, ଗୁରୁ ଶ୍ରୀମତୀ ଆଲୋକା କାନୁନଗୋ, ଗୁରୁ ସୁଜାତା ମହାପାତ୍ର ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାକୁ ଥିବାବେଳେ ପଦ୍ମଶ୍ରୀ ଗୀତା ମହାଳିକ ଓ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଓଡ଼ିଶୀ ନୃତ୍ୟ ସାଧନା ପାଇଁ ଗୁରୁନମନ ଜୀବନବ୍ୟାପୀ ସମ୍ମାନ-୨୦୨୪ ପ୍ରଦାନ କରାଯିବ ବୋଲି ନୃତ୍ୟଧାମ ଅନୁଷ୍ଠାନ ପ୍ରତିଷ୍ଠାତା ସମ୍ପାଦିକା ଡଃ ଶୁଭଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ