ନାରୀର ଲଜ୍ୟା ଅନ୍ୟମାନେ ଜାଣିବେ କାହିଁକି

ଦିପ୍ତିମୟୀ ନାୟକ
ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ | ସେ ପୁରୁଷ ହୁଅନ୍ତୁ କିମ୍ବା ନାରୀ | ତେଣୁ ଆମେମାନେ ଯେଉଁ କହୁଛେ ନାରୀ କେବଳ ଅସହ୍ୟ ଯନ୍ତ୍ରଣା ସହେ ତାକୁ ଦିନଟିଏ ଛୁଟି ଦେବା ଜରୁରୀ ତେବେ ସେମାନଙ୍କୁ ମଧ୍ୟ ଗୋଟେ କଥା ପୁରୁଷ କଣ କୌଣସି ଶାରୀରିକ ଯନ୍ତ୍ରଣା ସହନ୍ତିନି ନା ସେମାନଙ୍କର ଗୋଟେ ବଳକା ଛୁଟି ନେବାକୁ ଇଚ୍ଛା ହୁଏନି | ଋତୁସ୍ରାବ ଏକ ସାଧାରଣ କଥା ତେଣୁ ଏକଥାକୁ ଏତେ ଚର୍ଚ୍ଚା କାହିଁକି | କଣ ପାଇଁ ନାରୀର ଲଜ୍ୟା ଏବଂ ଗୋପନୀୟତା ବିଷୟରେ ଅନ୍ୟମାନେ ଜାଣିବେ | କାହିଁକି ନାରୀଟିଏ ତା ପିରିୟଡ଼ ସମୟରେ ଜଣେଇବ ମୁଁ ପିରିୟଡ଼ ହୋଇଛି ମୋତେ ଛୁଟି ଦରକାର | ଛୁଟି ନେବାକୁ ଚାହିଁଲେ ସେ ଅନ୍ୟ କୌଣସି ଉପାୟରେ ଛୁଟି ନେଇପାରିବେ କିନ୍ତୁ ସେ କାହିଁକି ତାଙ୍କ କାର୍ଯ୍ୟାଳୟରେ ଜଣାଇବେ ମୁଁ ପିରିୟଡ଼ ହୋଇଛି ମୋତେ ଦିନଟା ଛୁଟି ଦରକାର | ଯଦିଓ ପିରିୟଡ଼ ସମୟରେ ନାରୀର ଯନ୍ତ୍ରଣା ଦ୍ବିଗୁଣିତ ହୋଇଯାଇଥାଏ ତେବେ ଏହି ଦିନଟା ଛୁଟି କଣ ତାଙ୍କ ଯନ୍ତ୍ରଣାକୁ ଦୂର କରିଦେବକି | ସେ ଚାହିଁଲେ ୩ ଦିନ କିମ୍ବା ୭ ଦିନ ଛୁଟି ନେବାପାଇଁ କହିପାରିଥାନ୍ତେ କାରଣ ଗୋଟେ ଦିନରେ ଯନ୍ତ୍ରଣା ଦୂର ହୁଏନି | ତାହେଲେ କାହିଁକି ଗୋଟେ ଦିନ ଛୁଟି ନେବାକୁ ଯାଇ ସେ ତାଙ୍କ କାର୍ଯ୍ୟାଳୟର ସହକର୍ମୀ ମାନଙ୍କୁ ଜଣାଇବେ | କଣ ଆବଶ୍ୟକତା ରହିଛି ଏହି ଅଯଥା କଥା କହିବାରେ | ଅନେକ ସମୟରେ ଦେଖିବାକୁ ମିଳେ ଯଦି ଗୋଟେ ମହିଳା କୁହେ ତାର ପିରିୟଡ଼ ହୋଇଛି ସେତେବେଳେ ତା ସହଯୋଗୀ ମାନେ ଚିଡ଼ାଚିଡି କରନ୍ତି କଣ ଅନ୍ୟମାନେ ଏୟା ଚାହାଁନ୍ତି କି ନାରୀଟିଏ ଯେତେବେଳେ ତା ପିରିୟଡ଼ କଥା କହି ତା କାର୍ଯ୍ୟାଳୟରୁ ଛୁଟି ନେବ ସେତେବେଳେ ତା କାର୍ଯ୍ୟାଳୟ ଭିତରେ ଚର୍ଚ୍ଚା ହେଉ ସେ ପିରିୟଡ଼ ହୋଇଛି ସେଥିପାଇଁ କାର୍ଯ୍ୟାଳୟକୁ ଆସିନି | ସବୁ କଥା ସମସ୍ତଙ୍କୁ ଖୋଲାଖୋଲି ଭାବରେ କୁହାଯାଏନି ଯଦି ସେମିତି ହେଉଥାନ୍ତା ତାହାଲେ ନାରୀ ଓ ପୁରୁଷର ସହବାସ ସମସ୍ତଙ୍କ ସାମ୍ନାରେ ହୁଅନ୍ତା ତାଙ୍କ ପାଇଁ କୌଣସି କୋଠରୀର ଆବଶ୍ୟକତା ରୁହନ୍ତାନି | ଯେମିତି ସହବାସ ସମୟରେ ଗୋପନୀୟତା ଜରୁରୀ ହୋଇଥାଏ ଠିକ ସେମିତି କାର୍ଯ୍ୟରତ ମହିଳାଙ୍କ ପାଇଁ କାର୍ଯ୍ୟାଳୟରେ ତାଙ୍କ ଗୋପନୀୟତା କଥାକୁ ଗୋପନ ରଖାଯିବା ଜରୁରୀ | ଏଠି କେହି କେହି କହିବେ ନାରୀଟିଏ ଯଦି କହିବନି ତାର ଯନ୍ତ୍ରଣାକୁ କେହି ବୁଝିବେନି | ତେଣୁ ସେମାନଙ୍କୁ ଗୋଟେ କଥା ଯଦି ନାରୀର ଯନ୍ତ୍ରଣା ବୁଝୁଛ ଗୋଟେ ଦିନ ବଦଳରେ ୩ ଦିନ କିମ୍ବା ୭ ଦିନ ଛୁଟି ଦେବା କଥା ଉଠାଅ କିନ୍ତୁ ଗୋଟେ ଦିନ ଛୁଟି ନେବାକୁ ଯାଇ ତମ ମାସିକ ଋତୁସ୍ରାବ କେତେ ତାରିଖରେ ହୁଏ କାହାକୁ ଜଣାଅନି ଯଦି ଏତେ ଜଣେଇବାର ଇଚ୍ଛା ତେବେ ଜଣେଇ ହେଉଥାଅ | ନାରୀ ଯେତେ ନିଜକୁ ସୁରକ୍ଷିତ କହିଲେ ମଧ୍ୟ ସେ ଆଜି ଅସୁରକ୍ଷିତ | ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ ଯେତେ ଚିତ୍କାର କହିଲେ ସୁଦ୍ଧା ନାରୀ ଅବଳା ନାରୀ ଦୁର୍ବଳା | ଏକଥା କହିବାର ମାନେ ହେଲା ଯଦି ଆଜିର ନାରୀ ଅବଳା ଦୁର୍ବଳା ହୋଇନଥାନ୍ତା ତାହାଲେ ରାତି ଅନ୍ଧାରେ ଘରୁ ଏକା ଗୋଡ଼ କାଢ଼ିବାକୁ ଡରୁ ନଥାନ୍ତା କି ସେ ଯୁଆଡେ ଗଲେ ତା ସୁରକ୍ଷା କବଚ ତା ବାପ, ଭାଇ, ସାଙ୍ଗସାଥୀଙ୍କୁ ନେଇ ଯାଉନଥାନ୍ତା | କି ଏମିତି ରାତି ପାହିଲେ ବଡ଼ ବଡ଼ ଖବର କାଗଜରେ ଲେଖା ହେଉନଥାନ୍ତା ନାରୀ ଅସୁରକ୍ଷିତ ସବୁ କଥାର ଉଚିତ ବିଚାର ଥାଏ କିନ୍ତୁ ଏ କିଭଳି ବିଚାର ଯେଉଁଠି ଗୋଟେ ନାରୀଟିଏ ଛୁଟି ନେବାକୁ ଚାହିଁଲେ ତା ଗୋପନୀୟତା ତା କାର୍ଯ୍ୟାଳୟରେ ଜଣେଇବ | ସବୁ କାର୍ଯ୍ୟାଳୟରେ କଣ ନାରୀ ଥାଆନ୍ତି କିଛି କାର୍ଯ୍ୟାଳୟ ଗୁଡିକରେ ପୁରୁଷ ଥାଆନ୍ତି ତେଣୁ ସେ ଜଣେ ପୁରୁଷକୁ କାହିଁକି କହିବ ମୋର ଏହି କାରଣ ପାଇଁ ଛୁଟି ଦରକାର | ଦିନଟା ଛୁଟି ମାଗିବ ବାକି ଦିନ କଣ ଏୟା ଶୁଣିବ ହେଇଛି ତମର ବ୍ଲିଡ଼ିଙ୍ଗ ହେଉଛି ନା କମିଲାଣି କେତେ ତାରିଖରେ ସରିବ ତମର ପିରିୟଡ଼ | ତେବେ କାର୍ଯ୍ୟାଳୟ ଗୁଡିକରେ କାମ ହେବ ନା ଅନ୍ୟ ନାରୀ ମାନଙ୍କ ପିରିୟଡ଼ ବିଷୟରେ ଚର୍ଚ୍ଚା ହେବ | ପିରିୟଡ଼ କଥା ସମସ୍ତେ ଜାଣନ୍ତି | ସଚେତନ ମଧ୍ୟ ଅଛନ୍ତି | ଗୃହିଣୀ ମାନେ ମଧ୍ୟ ସେମାନଙ୍କ ପିରିୟଡ଼ ସମୟରେ ନିଜ କାମ ନିଜେ କରନ୍ତି | ଶାଶୁ ଶଶୁର, ପିଲା ଛୁଆଙ୍କ ଭଲ ମନ୍ଦ ବୁଝି ନିଜ ଆରମ ଭୁଲି ଯାଆନ୍ତି | କାରଣ ସେମାନେ ଜାଣନ୍ତି ଏ କଷ୍ଟ ସେମାନଙ୍କୁ ୩ ଦିନ କିମ୍ବା ୭ ଦିନ ସହିବାକୁ ହେବ ତା ବୋଲି ନୁହେଁ ସେମାନେ ନିଜ ଘର କାମ କରିବା ଛାଡି ଦିଅନ୍ତି | ଠିକ ସେମିତି ଗୋଟେ ଦିନରେ ଛୁଟି ନେଇ ଅଯଥା ନିଜ ଲଜ୍ୟାକୁ ଜଣେଇବା କିଛି ଦରକାର ନାହିଁ ଯଦି ପାରୁଛନ୍ତି ୩ ଦିନ କିମ୍ବା ୭ ଦିନ ଛୁଟି ଦିଅନ୍ତୁ | ଏହି ଗୋପନୀୟତାକୁ ଗୋପନ ରଖନ୍ତୁ କାରଣ ସବୁ ଗୋପନୀୟତା ସମସ୍ତଙ୍କୁ ଜଣାଯାଏନି | ଯଦିଓ କେହି କେହି କହିବେ ଆପଣ କେଉଁ ଯୁଗରେ ଅଛନ୍ତି ତେବେ ସେମାନଙ୍କୁ ମଧ୍ୟ ଗୋଟେ କଥା ଯେଉଁ ଯୁଗର ଦ୍ୱାହି ଦେଇ ତୁମେ ଏତେ ମଡ଼ନ କଥା କହୁଛ ତାହେଲେ କୁହ ଆଗକୁ ଯଦି କୌଣସି କାର୍ଯ୍ୟାଳୟରେ କିଛି ଅସୁବିଧା ହେବ ସେଥିପାଇଁ ତୁମେ ଦାୟୀ ହୋଇପାରିବ କି | ଉଦାହରଣ ସ୍ୱରୂପ ଯେତେବେଳେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାକୁ ବିଦ୍ୟାଳୟ ପରିସର ଭିତରକୁ ପ୍ରବେଶ କରନ୍ତି ସେତେବେଳେ ଛାତ୍ରଛାତ୍ରୀ ମାନଙ୍କୁ ଚେକିଂ କରାଯାଏ ପୁଅ ପିଲାଙ୍କୁ ପୁଅ ସାର ଚେକିଂ କରନ୍ତି ଝିଅ ପିଲାଙ୍କୁ ଝିଅ ମାଡାମ ବା ମହିଳା ଶିକ୍ଷୟତ୍ରୀ ମାନେ ଚେକିଂ କରନ୍ତି | ଠିକ ସେମିତି ଗୋଟେ ନାରୀ ଯେତେବେଳେ ପିରିୟଡ଼ ହେବ ସେତେବେଳେ ସେହି କାର୍ଯ୍ୟାଳୟ ଜାଣିବ କେମିତି ଉକ୍ତ ମହିଳା ଜଣକ ପିରିୟଡ଼ ହୋଇଛନ୍ତି | ତାଙ୍କର ମଧ୍ୟ କିଛି ଚେକିଂ ହେବ ଏବଂ ଅନ୍ୟମାନେ ଜାଣିବେ ହଁ ସତରେ ଏ ପିରିୟଡ଼ ହୋଇଛନ୍ତି ୟାଙ୍କୁ ଦିନଟା ଛୁଟି ଦିଆଯିବ | ଆଉ ଯଦି ଉକ୍ତ କାର୍ଯ୍ୟାଳୟରେ କେହି ନାରୀ ନଥିବେ ତାହେଲେ ସେମାନଙ୍କର କେମିତି ଚେକିଂ ହେବ | ତେଣୁ ଗୋପନର କଥା ଗୋପନରେ ରହୁ ଯଦି ଆପଣଙ୍କର ଅସହ୍ୟ ଯନ୍ତ୍ରଣା ହେଉଛି ତେବେ ଆପଣ ଉକ୍ତ କାର୍ଯ୍ୟାଳୟରେ କହିପାରିବେ ମୁଁ ଶାରୀରିକ ଅସୁସ୍ଥତା ମନେ କରୁଛି ମୋତେ ନିହାତି ଛୁଟି ଆବଶ୍ୟକ | ତେଣୁ ଆପଣଙ୍କୁ ଛୁଟି ମିଳିଯିବ କିନ୍ତୁ ଅଯଥା ଦିନଟା ପାଇଁ ବାକି ଦିନ ଗୁଡିକ ଆଲୋଚନାର ଦିନ କରିଦିଅନ୍ତୁନି | ଏପରି କରିବା ଦ୍ୱାରା ଅନେକ ଅପରାଧ ଘଟିବ କେତେ ଯେ ଝିଅ ବଳାତ୍କାରର ଶିକାର ହେବେ ତାହାର କଳ୍ପନା ନାହିଁ | ତେଣୁ ନାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଗୋଟେ ଦିନ ଛୁଟିକୁ ହଟେଇ ଦିଅନ୍ତୁ ନଚେତ ସରକାର ଅନ୍ୟ କୌଣସି ଜରୁରୀ ଛୁଟି ଘୋଷଣା କରନ୍ତୁ ଯାହାଦ୍ୱାରା ପ୍ରତ୍ୟେକ ମହିଳା ଉପକୃତ ହେବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ