ଭୋଟର ପରିଚୟ ପତ୍ରରେ ବୟସ ସଂଶୋଧନ ହୋଇ ପାରିଲାନି, ଭତ୍ତା ରୁ ବଞ୍ଚିତ ବୃଦ୍ଧା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଭୋଟର ପରିଚୟ ପତ୍ରରେ ବୟସ ସଂଶୋଧନ ହୋଇ ନ ପରିବାରୁ ଶାଳଣିଆ ଅଞ୍ଚଳର ଜଣେ ବୃଦ୍ଧା ଭତ୍ତା ଆବେଦନ ରୁ ବଞ୍ଚିତ ହୋଇଛନ୍ତି। ଅଭିଯୋଗରୁ ଜଣା ଯାଇଛି କି ଶାଳଣିଆ ଗ୍ରାମର ମଦନ ଶଙ୍ଖୁଆ ପକ୍ଷାଘାତ ରୋଗରେ ପୀଡିତ ହୋଇ ଘରେ ଶଯ୍ୟାଶାୟୀ ଅଛନ୍ତି। ଘରର ଆର୍ଥିକ ପରିସ୍ଥିତି ବହୁତ ଖରାପ। ତାଙ୍କ ସ୍ତ୍ରୀ ଶାନ୍ତିଲତା ଶଙ୍ଖୁଆଙ୍କ ବୟସ୬୦ ପାର ହେଲାଣି। ଘର ଚଳାଇ ବାକୁ ବାର ଦୁଆର ହେବାକୁ ପଡୁଛି। ଏପରି ସ୍ଥିତି ରେ ଭତ୍ତା ଖଣ୍ଡିଏ ପାଇବା ପାଇଁ ଆଶା କରି ଆବେଦନ କରିବାକୁ ଗଲା ବେଳକୁ ତାଙ୍କ ଭୋଟର ପରିଚୟ ପତ୍ରରେ ଭୁଲରେ ୫୬ବର୍ଷ ଉଲେଖ ଥିବାରୁ ସେ ସମାଜିକ ସୁରକ୍ଷା ଯୋଜନା ରେ ଭତ୍ତା ପାଇଁ ଆବେଦନ କରିପାରି ନ ଥିଲେ। ଏନେଇ ସେ ତାଙ୍କ ଭୋଟର ପରିଚୟ ପତ୍ର ସଂଶୋଧନ ପାଇଁ ବି.ଏଲ.ଓ ଙ୍କ ଜରିଆରେ ଆବେଦନ କରିଥିଲେ। କିଛିଦିନ ପରେ ଭୋଟର କାର୍ଡ ସଂଶୋଧିତ ହୋଇ ଆସିଥିଲା। ଏବେ ମିଳିଥିବା ୱାଇ.ଏକ୍ସ.ୱାଇ ୧୪୮୫୬୩୦ କାର୍ଡରେ ବୟସ ବୃଦ୍ଧି କରିବା ପରିବର୍ତ୍ତେ ତାଙ୍କ ବୟସକୁ ୫୩ ବର୍ଷ କରାଯାଇଛି। ଫଳରେ ବୃଦ୍ଧା ଜଣଜ ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ଏହି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଆନନ୍ଦପୁର ଉପଜିଲ୍ଲାପାଳ ଏହାର ତଦନ୍ତ କରାଇ ତାଙ୍କୁ ସମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଇବେ ବୋଲି ଶାନ୍ତିଲତା ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ