ପୂର୍ତ୍ତ ବିଭାଗର ମନ ଇଚ୍ଛା କାର୍ଯ୍ୟ, ଡିଭାଇଡର ସାଜିଛି କାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ ପୂର୍ତ୍ତବିଭାଗର ଦାୟୀତ୍ବହୀନତା ଓ ଇଚ୍ଛା ମୁତାବକ କାର୍ଯ୍ୟ ଯୋଗୁଁ ଡିଭାଇଡେରରେ ପିଟି ହେଉଛି ଯାନବାହାନ I ବିଶେଷ କରି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଷ୍ଟେଟବ୍ୟାଙ୍କ ତଥା ମୁଖ୍ୟଡାକ ମୁଖ୍ୟ ଘର ସମ୍ମୁଖ ରାସ୍ତା ଉପରେ ଥିବା ଡିଭାଇଡର ଲୋକଙ୍କ ପାଇଁ କାଳ ସାଜୁଛି। ଏହି ରାସ୍ତାରେ ଏକ ଡିଭାଇଡେର ରାସ୍ତା ଉପରେ ରହିଛି। ଏହାକୁ ବର୍ଷ ବର୍ଷ ଧରି ରଙ୍ଗ ନ ଦେବା କିମ୍ବା ରକ୍ଷଣାବେକ୍ଷଣ ନ କରିବା, ଡିଭାଇଡର ସୂଚକ ନଥିବା ଯୋଗୁଁ ଅନ୍ଧାର ସମୟରେ ଦେଖାଯାଉନି। ଏଥିଯୋଗୁଁ ଅନେକ ଗାଡି ମୋଟର ଡିଭାଇଡର ଉପରେ ଚଢିଯାଇ ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ରହିଛି। ଗାଡିମୋଟର ଭାଙ୍ଗିରୁଜି ଯାଉଥିବାରୁ ଏହାର କ୍ଷତିଭରଣା କିଏ ଦେବ ବୋଲି ସାଧାରଣରେ ଆଲୋଚନା ହେଉଛି |