ଗଞ୍ଜାମ ଜିଲ୍ଲା ଜନ ଶିକ୍ଷଣ ସଂସ୍ଥାନ ପରିଚାଳନା କମିଟି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମର ପ୍ରଥମ ପରିଚାଳନା କମିଟି ବୈଠକ ଛତ୍ରପୁର ସହର ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ମନୋଜ ବିଶ୍ୱାଳ ଙ୍କ ତତ୍ୱାବଧାନରେ ପରିଚାଳନା ହୋଇଥିଲା l ବୈଠକରେ ଜନ ଶିକ୍ଷଣ ସଂସ୍ଥାନ ର ଅଧ୍ୟକ୍ଷ କଣ୍ଡୁରୀ ଚରଣ ଚମ୍ପତି ଅଧ୍ୟକ୍ଷତା କରିଥିଲେ l ବିଗତ ଆର୍ଥିକ ବର୍ଷ ମାନଙ୍କରେ ଜନ ଶିକ୍ଷଣ ସଂସ୍ଥାନ ଗଞ୍ଜାମ ଦ୍ୱାରା କରାଯାଇଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଓ ବ୍ୟୟ ଅଟକଳ ସମୀକ୍ଷା କରାଯାଇଥିଲା l ଏଥି ସହିତ ଚଳିତ ଆର୍ଥିକ ବର୍ଷରେ ଯୋଜନା ହୋଇଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ, ଏହାର ବ୍ୟୟ ଅଟକଳ, ପରିଚାଳନା ନିମନ୍ତେ କମିଟି ଗୁଡିକ ଗଠନ ଓ ସ୍ଥାୟୀ ନିର୍ଦେଶକ ନିଯୁକ୍ତି ପ୍ରସ୍ଥାବ ଗୁଡିକ ଗୃହିତ ହୋଇଥିଲା l ଏହି ବୈଠକରେ ରାଜ୍ୟ ଯୁଗ୍ମ ନିର୍ଦେଶକ ଓ ଉଦ୍ୟୋଗ ବି. ରବି, ସହାୟକ ନିର୍ଦେଶକ ରାଜ୍ୟ ଦକ୍ଷତା ବିକାଶ ଓ ଉଦ୍ୟୋଗ ସଂକେତ ଭି. ସିଙ୍ଗଡେ, ଆଞ୍ଚଳିକ ଉପ ନିର୍ଦ୍ଧେଶକ ଦକ୍ଷତା ବିକାଶ ଓ ନିଯୁକ୍ତି (ଦକ୍ଷିଣ ) ଫାଲ୍ଗୁନି ସହାୟ ନାୟକ, ପ୍ରକଳ୍ପ ସହାୟକ ଦକ୍ଷତା ବିକାଶ ଗଞ୍ଜାମ ଜିଲ୍ଲା ପରିଷଦ ର ବାଣୀ ସୁକାନ୍ତ ପଟନାୟକ, ଏଲ ଡି ଏମ ଗଞ୍ଜାମ ସୀମାଞ୍ଚଳ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅନୁସନ୍ଧାନକାରୀ ଦକ୍ଷତା ବିକାଶ ବିଭାଗ ସୌଭାଗ୍ୟ ଚନ୍ଦ୍ର ବିଶ୍ୱାଳ, ଉପ ନିର୍ଦ୍ଧେଶକ ଦକ୍ଷତା ବିକାଶ ଓ ନିଯୁକ୍ତି ଗଞ୍ଜାମ ଗୁପ୍ତା ମାଢ଼ି, ପ୍ରଶିକ୍ଷକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଛତ୍ରପୁର ପ୍ରଶାନ୍ତ କୁମାର ପଣ୍ଡା,ଅନସ୍ଲୋ ହାଇସ୍କୁଲ ସହାୟକ ଶିକ୍ଷୟତ୍ରୀ ମୀରାବାୟୀ ପାଢ଼ୀ, ଜିଲ୍ଲା ସାମାଜିକ କର୍ମି ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଅନୁସୂଚିତ ଜନଜାତିର ସାମାଜିକ କର୍ମି କୁମାରୀ ଡଲି ବେହେରା, ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ବିଭାଗରୁ ମନୋନିତ ହୋଇଥିବା ପାର୍ଥୀ ସୁଧାଂଶୁ ମୋହନ ମହାରଥା ଓ ସାରଦା କୁମାରୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଜନ ଶିକ୍ଷଣ ସଂସ୍ଥାନ ର କାର୍ଯ୍ୟକ୍ରମ ଗୁଡିକୁ ସମୀକ୍ଷା କରିଥିଲେ l