ହିତାଧିକାରୀଙ୍କୁ ନ୍ୟାୟ ପାଇଁ ବିଜେଡି ପକ୍ଷରୁ ଆନ୍ଦୋଳନ
ଭଞ୍ଜନଗର,(ସନ୍ତୋଷ ଜେନା):ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ଗଠନ କରିଛି। ନିର୍ବାଚନ ପୂର୍ବରୁ ସରକାର ଗଠନ କଲେ ସମସ୍ତ ହିତାଧାରୀଙ୍କ ଭତ୍ତାକୁ ବଢାଇବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରି ନାହାନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରି ଗତକାଲି ଗଞ୍ଜାମ ଜିଲାର ଭଞ୍ଜନଗରରେ ପ୍ରତିକାରାତ୍ମକ ପ୍ରତିବାଦ ସଭା କରାଯାଇଛି। ଭଞ୍ଜନଗର ବ୍ଳକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ନେତୃତ୍ବରେ ସମସ୍ତ ବର୍ଗର ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଦାବିରେ ବିଜେଡି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଝାଙ୍କରେଇ ମନ୍ଦିର ନିକଟରୁ ଏକ ଶୋଭଯାତ୍ରାରେ ଆସି ବ୍ଳକ ଛକରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ବନକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ବ୍ୟପକ କରାଯିବ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ। ଏଥିରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ପୂର୍ବତନ ସମିତିସଭ୍ୟ ମହେନ୍ଦ୍ର କେଶରୀ ଆରୁଖ, ସଙ୍ଗଠକ ରାଜ କୁମାର ସାହୁ, ଜଗବନ୍ଧୁ ଜେନା,ଦିବାକର ନାୟକ,ଦେବଦତ୍ତ ପ୍ରଧାନ,ଦିଲ୍ଲିପ କୁମାର ଦାସ,ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ସରପଞ୍ଚ ଶିବରାମ ସାହୁ,ରଞ୍ଜିତ କୁମାର ଆରୁଖ,କାହ୍ନୁ ଚରଣ ପ୍ରଧାନଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ |