ପାଇଲିପଡ଼ା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ
ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକଙ୍କ ବିରୁଦ୍ଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି। ଏନେଇ ସଂମ୍ପୃକ୍ତ ପଂଚାୟତର ନାଏବ୍ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କୁ ଭେଟି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତ ପ୍ରସ୍ତାବ ଆଣିଛନ୍ତି। ଏଥିସହ ତୁରନ୍ତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ କରିବା ପାଇଁ ଦାବୀ କରିଛନ୍ତି। ଏହା ପୂର୍ବରୁ ଆମ୍ବପୂଆ ସରପଞ୍ଚଙ୍କ ବିରୁଦ୍ଧରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆସିଛି। ତାହାର ମଧ୍ୟ ତାରିଖ ଧାର୍ଯ୍ୟ ହୋଇନାହିଁ। ବେଲଗୁଣ୍ଠା ବ୍ଲକ ବିଜେଡି ଅକ୍ତିଆରରେ ଅଛି। କିନ୍ତୁ ଗତ ସାଧାରଣ ନିର୍ବାଚନରେ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ଭାଜପା ବିଧାୟକ ଭାବେ ନୀଳମଣି ବିଷୋୟୀ ନିର୍ବାଚିତ ହୋଇଥିଲେ। ଏହା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । କିନ୍ତୁ ଦୁଇ ଦିନ ପୂର୍ବେ ଏହି ବ୍ଲକର ତନରଡ଼ା ପଞ୍ଚାୟତର ସ୍ଵାଧୀନ ଭାବେ ଲଢ଼ି ବିଜୟୀ ହୋଇଥିବା ସରପଞ୍ଚ ବିଜେଡିରେ ମିଶିଛନ୍ତି। ତେଣୁ ବେଲଗୁଣ୍ଠା ରାଜନୀତି ବିଗତ କିଛି ଦିନ ହେବ ଚଳଚଞ୍ଚଳ ହୋଇପଡିଛି।