ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଞ୍ଚର ସଦସ୍ୟ ଓ ସଦସ୍ୟାମାନଙ୍କ ପାଇଁ ଜରାରୋଗ ସମ୍ପର୍କିତ ସ୍ନାୟୁ, ହୃଦ୍ ଓ ମୃତ୍ରାଶୟଜନିତ ରୋଗର ପରୀକ୍ଷା ଓ ନିଦାନ ପାଇଁ ରାଜ୍ୟ ମହାସଂଘର ସହାୟତାରେ ଏକ ବିଶେଷ କାର୍ଯ୍ୟକ୍ରମ ଆସନ୍ତା ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହେବ । ସ୍ଥାନୀୟ ନୃତ୍ୟ-ସଙ୍ଗୀତ-କଳା ମନ୍ଦିର ପରିସରରେ ଦିବା ୧୦ଟା ସମୟରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହେବ । ଉପରୋକ୍ତ ତିନୋଟି ବିଭାଗର ଭୁବନେଶ୍ୱରସ୍ଥିତ ସନ୍‌ସାଇନ୍ ହସ୍ପିଟାଲ୍‌ର ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଗ ଦେବେ । ଏଥିପାଇଁ ଗୁରୁବାର ଦିନ ମଞ୍ଚର ନିଜସ୍ୱ କାର୍ଯ୍ୟାଳୟରେ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚର କର୍ମକର୍ତ୍ତା ସର୍ବଶ୍ରୀ କମଳାକାନ୍ତ ବେହେରା, ସୀତାରାମ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ ଓ ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲା ସମ୍ପାଦକ ଦାମୋଦର ନାୟକ ପ୍ରସ୍ତୁତି ସମ୍ପର୍କରେ ବିଶଦ ବିବରଣୀ ବୈଠକରେ ଆଗତ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ମଞ୍ଚର ସଦସ୍ୟ ଓ ସଦସ୍ୟାମାନେ ଏହି ସ୍ୱାସ୍ଥ୍ୟସେବା ଶିବିରର ସୁଯୋଗ ନେବାକୁ ସମ୍ପାଦକ ଶ୍ରୀ ନାୟକ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ