ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ସମ୍ବର୍ଦ୍ଧିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତଙ୍କୁ ବ୍ଲକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କର ନିଃସ୍ଵାର୍ଥପର ସେବାପାଇଁ ବିଡିଓ ସୌମ୍ୟ ଶ୍ରୀ ପାଣିଗ୍ରାହୀ ଓ ବିଧାୟକ ଅଭିମନ୍ୟୁ ସେଠୀ ତାଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ରତିକାନ୍ତ ରାଉତ ବଞ୍ଚୋ ପଞ୍ଚାୟତରୁ ସମିତିସଭ୍ୟ ଭାବେ ବିଜୟୀ ହୋଇ ହାଟଡିହି ବ୍ଲକର ଉପାଧ୍ୟକ୍ଷ ଭାବେ କାର୍ଯ୍ଯ କରୁଥିବା ବେଳେ ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି, ମହିଳା ସୁରକ୍ଷା କମିଟିର ସଦସ୍ୟ ଓ ଆମ ପୁଲିସ ସମିତିର ସଂଗଠନ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ସମ୍ବର୍ଦ୍ଧନା ମିଳିବା ପରେ ବ୍ଲକ ର ଅନେକ ସମିତି ସଭ୍ୟସଭ୍ୟା ଓ ଅନେକ ସଂଗଠନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ