ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ପାଲଟିଛି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଗୁଆଳସିଂ ମୋଜାର ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପାଶ୍ୱର୍ ଦେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାଟି ଏବେ ମରଣଯନ୍ତା ପାଲିଟିଛି । ରାସ୍ତାଟି ବଡ ବଡ ଖାଲଖମାରେ ଭର୍ତ୍ତି ହୋଇ ପଡିଥିବା ବେଳେ ଆଣ୍ଠିଏ କାଦୁଅ ଓ ପାଣି ଭିତରେ ପଶି ଶ୍ରମ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡିକୁ ଯିବାକୁ ପଡୁଛି । ବହୁ ଦୂରଦୂରାନ୍ତରୁ ଶ୍ରମ କାର୍ଯ୍ୟାଳୟ ଓ ଅତିରିକ୍ତ ଚକବନ୍ଦୀ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଯାଉଥିବା ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାର ପ୍ରାୟ ଅର୍ଦ୍ଧେକ ପେଭରବ୍ଲକ ବିଛା ଯାଇଥିବା ବେଳେ ଆଉ ଅର୍ଦ୍ଧେକ ଅଂଶ ବଡ ବଡ ଖାଲଖମାରେ ପୂର୍ଣ୍ଣ ହୋଇପଡିଛି । ଏଥିସହିତ କାଦୁଅ ଓ ପାଣିରେ ଭର୍ତ୍ତି ହୋଇ ରହିଛି । ବର୍ଷାଦିନେ ଏହି ରାସ୍ତାର ଅବସ୍ଥା ଆହୁରି ବିଗିଡି ନର୍ଦ୍ଦମା ସଦୃଶ ହୋଇଯାଇଛି । ଦୈନନ୍ଦିନ ଏହି ରାସ୍ତା ଦେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ଅତିରିକ୍ତ ଚକବନ୍ଦୀ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ଅତିରିକ୍ତ ଉପଜିଲ୍ଲାପାଳ ତଥା ଚକବନ୍ଦୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଶହ ଶହ ସଂଖ୍ୟାରେ ଲୋକମାନେ ଯିବାଆସିବା କରିଥାନ୍ତି । ବଡ ହିନସ୍ଥା ହୋଇ ଲୋକମାନେ ଏହି ରାସ୍ତାରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଏସମ୍ପର୍କରେ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜିଲ୍ଲାପାଳଙ୍କ ନିକଟରେ ସୁଜିତ ରାଉତ, ରଞ୍ଜିତ ସ୍ୱାଇଁ, ସୁକାନ୍ତ ବିଶ୍ୱାଳ, ସୈାମ୍ୟଜିତ ପଣ୍ଡା, ଶୁକଦେବ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ