ଗଞ୍ଜେଇ ଚାଷ ନକରିବାକୁ ପୁଲିସର ଆହ୍ବାନ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ଗଞ୍ଜେଇ ଚାଷ ନକରିବାକୁ ଆହ୍ବାନ ଦେଇଛି ପୁଲିସ l ଶୁକ୍ରବାର ଏନେଇ ଏକ ସଚେତନତା ବୈଠକ ଅଡବା ଜଳସମ୍ପଦ ଡାକ ବଙ୍ଗଳାରେ କରlଯାଇଛି l ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକ ରେ ଗଜପତି ଏସପି ଶ୍ୱlତି ଏସ କୁମାର ଯୋଗଦେଇ ଗଞ୍ଜେଇ ଚାଷ ଦ୍ଵାରା ଲୋକଙ୍କ ସମସ୍ୟା ଉପରେ କହିଥିଲେ l ଏଣ୍ଡିପିଏସ ଅlକ୍ଟ ଅନୁଯାୟୀ ଗଞ୍ଜେଇ ଚାଷ ହେଉଥିବା ଜମି ମାଲିକ, ଗଞ୍ଜେଇ ଚାଷୀ , ଗଞ୍ଜେଇ ଚୋରା ଚାଲାଣକlରୀ ତଥା ଗଞ୍ଜେଇ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି l ଏହି ଚାଷ ବେଆଇନ ଅଟେ l ଗଞ୍ଜେଇ ଚାଷ ସମୁଳେ ବିନାଶ ପାଇଁ ପ୍ରତିବର୍ଷ ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ହଜାର ହଜାର ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଉଛି l ଲୋକେ ଗଞ୍ଜେଇ ଚାଷ ଛାଡି କାଜୁ, ମକା, ମାଣ୍ଡିଆ, ବାଜରl ଆଦି ଚାଷ କରିବାକୁ ପରାମର୍ଶ ଦେବା ସହ ସରକାରଂକ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରି ଅଧିକ ଲାଭଦାୟକ ଚାଷ କରିବାକୁ ଏସପି ପରାମର୍ଶ ଦେଇଛନ୍ତି l ତେବେ ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା l ପର୍ଯ୍ୟାପ୍ତ ଜମି ନଥିବା ଯୋଗୁଁ ଲୋକେ ପାହାଡ ଉପରେ ନିର୍ଭର କରନ୍ତି l ଅନ୍ୟ ପକ୍ଷରେ ଆଦିବାସୀଙ୍କ ପାଇଁ ଥିବା ଟିଡିସିସି ଗୁଡ଼ିକୁ ସରକାର ବନ୍ଦ କରିଦେଇଛନ୍ତି l ତେଣୁ ଆଦିବାସୀଙ୍କୁ ସରକାର ଉପଯୁକ୍ତ ଚାଷ ବ୍ୟବସ୍ଥା କରିବା ସହ ଜଳ ସେଚନ ବ୍ୟବସ୍ଥା, ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଟିଡିସିସି କୁ ପୁଣି କାର୍ଯ୍ୟକ୍ଷମ କରାଗଲେ ଗଞ୍ଜେଇ ଚାଷରୁ ଲୋକେ ନିବୃତ ରହିବେ ବୋଲି ଉପସ୍ଥିତ ଆଦିବାସୀ ନେତା ମତ ପ୍ରକାଶ କରିଛନ୍ତି l ଏହି ସଚେତନତା ବୈଠକ ରେ ଅଡବା ଥାନା ଅଞ୍ଚଳର ସମସ୍ତ ପଂଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ l