ଗଞ୍ଜାମର ଚିକିଟିଠାରେ ମଦଜନିତ ଅପମୃତ୍ୟୁ ମାମଲାରେ ସରକାରଙ୍କ ନୀତିକୁ ‘ମନା’ର ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା):ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱରର ଏକ ସ୍ୱତନ୍ତ୍ର ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମର ଚିକିଟିଠାରେ ହୋଇଥିବା ବିଷାକ୍ତ ମଦ୍ୟପାନ ଜନିତ ବ୍ୟକ୍ତିଙ୍କ ମୃତ୍ୟୁରେ ‘ମନା’ ଶୋକ ପ୍ରକାଶ କରିବା ସହିତ ଚିକିତ୍ସିତ ହେଉଥିବା ସମସ୍ତ ପୀଡ଼ିତଙ୍କର ଆଶୁ ଆରୋଗ୍ୟ କାମନା କରିଅଛି । ବୈଠକର ପ୍ରାରମ୍ଭରେ ସାଧାରଣ ସମ୍ପାଦିକା ମମତା ମହାପାତ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ସୂଚନା ପ୍ରଦାନ କରିଥିଲେ ଏବଂ ଉପଦେଷ୍ଟା ସୁବ୍ରତ କର ସରକାରଙ୍କ ପଦକ୍ଷେପକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଥିଲେ ।ଉକ୍ତ ବୈଠକରେ ଉପସଭାପତି ଡକ୍ଟର କ୍ଷିତୀଶ୍ୱର ଦାଶ, ଅର୍ଚ୍ଚନା ନନ୍ଦୀ, ପ୍ରଫୁଲ୍ଲ କୁମାର ଦାସ, ବେଣୁଧର ସାହୁ, ସୀତାରାମ ପ୍ରଧାନ, ତପନ କୁମାର ସି, ସନାତନ ଦାସ, ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସରକାର ନେଇଥିôବା ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ଶେଷରେ ଭାରତୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ