ମା’ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘର ସାଧାରଣ ବୈଠକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଳକ ଖରିଡା ସ୍ଥିତ ମା’ କରେଇଶୁଣୀ ମନ୍ଦିର ପରିସରରେ ମା’ ବ୍ୟାଘ୍ରଦେବୀ ଘରୋଇ ବସ୍ ମାଲିକ ସଂଘ, ହିଞ୍ଜିଳିକାଟୁର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଅରକ୍ଷିତ ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ଅତିଥି ଭାବେ ଉପଦେଷ୍ଟା ସନ୍ତୋଷ ପତି, ମୁନା ମହାନ୍ତି, ବଳିଆ ପଣ୍ଡା ମଞ୍ଚାସିନ ଥିଲେ । ବୈଠକରେ ଘରୋଇ ବସ୍ ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସର୍ମ୍ପକରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଘରୋଇ ବସ୍ ମାଲିକ ମାନଙ୍କ ପ୍ରତି ଶୋଷଣ ନୀତିକୁ ବୈଠକରେ ନିନ୍ଦା କରାଯାଇଥିଲା । ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ ମାନି ଚଳିବା ସହ ଟ୍ରାଫିକ୍ ନିୟମକୁ ପାଳନ କରିବା ଓ ଯାତ୍ରୀ ମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ, ଦିବ୍ୟାଙ୍ଗ ମାନଙ୍କ ସକାଶେ ଘରୋଇ ଯାତ୍ରୀବାହୀ ବସରେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଥିଲା । ସମ୍ପାଦକ ଲାଲାଜି ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଅରୁଣ ନାହାକ ବାର୍ଷିକ ଆୟବ୍ୟୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ କୋରାମଣି ରାଉଳ ପରିଚାଳନା କରିଥିଲେ । ପରିଶେଷରେ ଉପସଭାପତି ସୁଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ରାକେଶ ସାହୁ, ମୁନା ମହାନ୍ତି, ଜିତେନ୍ଦ୍ର ଗୌଡ, ନାରାୟଣ ଲେଙ୍କା, ପୁର୍ଣ୍ଣ ପଟ୍ଟନାୟକ, ସୁନିଳ ମାଦଲ, ରଞ୍ଜନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ହିଞ୍ଜିଳିକାଟୁ ସମତେ ଆସିକା, ବ୍ରହ୍ମପୁର, ଶେରଗଡ, କଙ୍କୋରଡା, ପୁରୁଷୋତ୍ତମପୁର, ପୋଲସରା ଅଞ୍ଚଳର ବହୁ ଗାଡି ମାଲିକ ଉପସ୍ଥିତ ଥିଲେ ।