ଇକୋସ (ଇଣ୍ଡିଆ) ମୋବିଲିଟି ଆଣ୍ଡ ହସ୍ପିଟାଲିଟି ଲିମିଟେଡର ଆଇପିଓ ୨୦୨୪ ଅଗଷ୍ଟ ୨୮ରେ ଖୋଲିବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇକୋସ (ଇଣ୍ଡିଆ) ମୋବିଲିଟି ଆଣ୍ଡ ହସ୍ପିଟାଲିଟିର ଇନିସିଆଲ ପବ୍ଲିକ ଅଫର (ଆଇପିଓ) ବିଡ ୨୦୨୪ ଅଗଷ୍ଟ ୨୮ ବୁଧବାର ଦିନ ଖୋଲିବ । ଏହି ଅଫରରେ ୧୮,୦୦୦,୦୦୦ ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରାଯିବ । ଆଙ୍କର ନିବେଶକମାନେ ୨୦୨୪ ଅଗଷ୍ଟ ୨୭ରେ ବିଡ ଦାଖଲ କରିପାରିବେ । ଏହି ଇସ୍ୟୁର ଅଫର ୨୦୨୪ ଅଗଷ୍ଟ ୩୦,ଶୁକ୍ରବାର ବନ୍ଦ ହେବ ।ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୩୧୮ ଟଙ୍କାରୁ ୩୩୪ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୪୪ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ପରେ ସେଥିରେ ୪୪ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଅଫର ଫର ସେଲରେ ରାଜେଶ ଲୋମ୍ବାଙ୍କ ତରଫରୁ ୯,୯୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ଆଦିତ୍ୟ ଲୋମ୍ବା ୮,୧୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଫର ଫର ସେଲରେ ବିକ୍ରି କରିବେ । କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି । ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଇକ୍ୱିରସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ଓ ଆଇଆଇଏଫଏଲ ସିକ୍ୟୁରିଟିଜ ଲିମିଟେଡ ।ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ଆବଂଟନ କରାଯିବ । ତାହାର ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ଦେଶର ମ୍ୟୁଚୁଆଲ ଫଣ୍ଡ ପାଇଁ ରଖାଯିବ । ଏହାଠାରୁ ଅଧିକ ଇକ୍ୱିଟି ସେୟାର ରହିଲେ ଆଙ୍କର ନିବେଶକଙ୍କୁ ଜାରି କରାଯିବ । ଯଦି ଆଙ୍କର ନିବେଶକଙ୍କ ଦ୍ୱାରା ସବସ୍କ୍ରିପସନ ହେବ ନାହିଁ ତେବେ ତାହାକୁ ନେଟ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନେଟ କ୍ୟୁଆଇବିର ୫ ପ୍ରତିଶତ ରାଶିକୁ ସମାନୁପାତିକ ଭିତିରେ ଅଣ ସଂସ୍ଥାଗତ ନିବେଶକମାନଙ୍କୁ ଜାରି କରାଯିବ । ଅଣ ସଂସ୍ଥାଗତ ନିବେଶକମାନଙ୍କ ଭାଗର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଭ୍କ ଲାଗି ଆବଂଟନ କରାଯିବ ।