ଲାଠି ଗୋପାଳ ସମାଜ ପକ୍ଷରୁ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳନ
କୁକୁଡ଼ାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା): ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ । କୁକୁଡ଼ାଖଣ୍ଡି ବ୍ଲକ ଅଧିନ ଲାଠି ଗ୍ରାମରେ ଗୋପାଳ ସମାଜରେ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଶୁଭେଛା ଜଣାଇବା ସହ ପ୍ରଭୁ କୃପା ଲାଭ କରିଥିଲେ । ଆସନ୍ତା କାଲି ନନ୍ଦୋତ୍ସବ ପାଳନ କରାଯିବ ବୋଲି ଗୋପାଳ ସମାଜର ସଦସ୍ୟ ସୂଚନା ଦେଇଛନ୍ତି । ଆଲୋକ ମାଳରେ ସଜେଇ ହୋଇଛି ସମ୍ପୂର୍ଣ୍ଣ ପରିବେଶ । ପ୍ରଭୁ ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇ ଆଜି ସକାଳୁ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଯାଇଛି। ପ୍ରଭୁ କୃଷ୍ଣଙ୍କ ଦର୍ଶନ ଲାଗି ଲୋକଙ୍କ ଭିଡ଼ ଜମିଛି। ସ୍ଥାନୀୟ ବିଧାୟକଙ୍କ ସହ ସନାତନ ସଂଗ୍ରାମ ସିଂହ, ଯତୀନ୍ଦ୍ର ପାତ୍ର, ସନ୍ତୋଷ ଚୌଧୁରୀ, ରଞ୍ଜିତ ପାତ୍ର, ଗୌତମ ମହାରଣାଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।