ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅଧିନ ଏକ ଗ୍ରାମର ଜଣେ ଯୁବତୀ ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ କଥା ହେବା ବାହାନାରେ ଜୋର୍ ଜବରଦସ୍ତ ଅପହରଣ କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜରଡ଼ା ଥାନା ଜରଡ଼ା ଗ୍ରାମର ଶୁବାଶିଷ ଓରଫ ତ୍ରିପତି ରେଡ୍ଡୀ ଙ୍କୁ ମଙ୍ଗଳବାର ଗିରଫ କରିଛି।ଥାନା ମାମଲା ନଂ.୩୩୦/୨୪ ଦଫା -୮୭ ବିଏନଏସ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।ଗତ ୨୧ ତାରିଖ ରେ ଯୁବତୀ ଜଣକ ଘରେ ଥିବାବେଳେ ଅଭିଯୁକ୍ତ ଜଣକ ଫୋନ କରି ତାଙ୍କୁ କଥା ହେବାକୁ ଗ୍ରାମର ଶେଷମୁଣ୍ଡ କୁ ଡାକି ନେଇଥିଲେ। ଯୁବତୀ ଜଣକ ଗ୍ରାମର ଜନସେବା କେନ୍ଦ୍ର କୁ ଯାଉଛି ଖୁବ୍ ଶୀଘ୍ର ଫେରି ଆସିବି ବୋଲି ପରିବାର ଲୋକଙ୍କୁ କହି ଯାଇଥିଲେ।ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରିନଥିଲେ।ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ଘଟଣା ଦିନ ପୂର୍ବାହ୍ନ ପ୍ରାୟ ୧୧ ଟାରେ ଅଭିଯୁକ୍ତ ଜଣକ ତାଙ୍କୁ ବିବାହ ର ପ୍ରତିଶୃତି ଦେଇ ବାଇକ ଯୋଗେ ଅପହରଣ କରି ନେଇଥିଲେ।ତାଙ୍କୁ ଆନ୍ଧ୍ର ପ୍ରଦେଶ ବିଜୟନଗରମ ନେଇ ଏକ ଘରେ ରଖିବା ସହ ତାଙ୍କୁ ଅଭିଯୁକ୍ତ ଜଣକ ମାରପିଟ କରିବା ସହ ବିବାହ ପାଇଁ ମନା କରିଦେଇଥିଲେ।ଏନେଇ ପ୍ରତାରିତ ଯୁବତୀ ଜଣକ ଲୁଚିଛପି ତାଙ୍କ ବାପା ଙ୍କୁ ଫୋନ କରି ସବୁକଥା କହିଥିଲେ।ଏନେଇ ଯୁବତୀ ଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଗତ ରବିବାର ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ମଙ୍ଗଳବାର ଅଭିଯୁକ୍ତ ଙ୍କୁ ଗିରଫ କରିବା ପରେ ଦିଗପହଣ୍ଡି ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।