ବିଏସ୍ଏନ୍‌ଏଲ୍ ଟାୱାର ଉଦଘାଟନ ପୂର୍ବରୁ ଢଳି ଗଲା ନିମ୍ନମାନର କାର୍ଯ୍ୟ ନେଇ ଭିଜିଲାନ୍ସ ତଦନ୍ତ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲାର ଆଦିବାସୀ ବହୁଳ ଦୁର୍ଗମ ପାହାଡ଼ ଘେରା ଅଞ୍ଚଳରେ ଅବସ୍ଥିତ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମପଞ୍ଚାୟତ ମେରି ନଗର ଯିବା ରାସ୍ତାରେ ହେଉଥୁବା ବିଏସ୍ଏନ୍‌ଏଲ୍‌ ଟାୱାର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହାର ଉଦଘାଟନ ପୂର୍ବରୁ ଟାୱାରଟି ଢଳି ପଡ଼ିଥିବା ଲକ୍ଷ୍ୟ କରାଯାଇଛି. ଘଟଣା ନେଇ ଭିଜିଲାନ୍ସ ତଦନ୍ତ କରାଗଲେ ଏହି ଟାୱାର ନିର୍ମାଣର ନିମ୍ନମାନର କାର୍ଯ୍ୟ ଓ ନିର୍ମାଣ ନାମରେ 60 ଭାଗ ହରିଲୁଟ ଆଦି ସ୍ପଷ୍ଟ ହେବ ବୋଲି ସାଧାରଣରେ ଦାବି ହୋଇଛି. ଏହି ଟାୱାର ନିର୍ମାଣ ୭/୮ ମାସ ହୋଇଛି । ମାତ୍ର ନିମ୍ନମାନର କାମ ହୋଇଥିବାରୁ ଟାୱାର ଉଦ୍‌ଘାଟନ ପୂର୍ବରୁ ମାଟି ଦବିଗଲାଣି। ଏଥୁରେ ଯେଉଁ ସରଞ୍ଜାମଗୁଡ଼ିକ ଲାଗିଛି ସେଗୁଡିକ ଧୀରେ ଧୀରେ ସଂଯୋଗ ଜାଗାରୁ ଖସି ମାଟିରେ ପଡିବା ଅବସ୍ଥାରେ ପହଞ୍ଚୁଛି । ବର୍ଷା ହେଲେ ଟାୱାର ମାଟି ତଳକୁ ଦବି ଏକ ଦିଗକୁ ଟାୱାରଟି ଢଳି ଯାଇଛି । ଫଳରେ ଟାୱାରର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟାୱାର ଚାରିପଟେ ଲାଗିଥିବା ଜାଲର ବେଡ୍‌ର ସ୍ଥାୟିତ୍ଵ ନେଇ ମଧ୍ଯ ଆଶଙ୍କା ପ୍ରକାଶ ପାଇଛି। ଗାତ ନ ଖୋଳି କେବଳ ସିମେଣ୍ଟ କଂକ୍ରିଟ୍‌ରେ କାମ ହୋଇଥିବାରୁ ସିମେଣ୍ଟ କଂକ୍ରିଟ ଶୂନ୍ୟରେ ଝୁଲି ରହିଛି। ମୁଖ୍ୟତଃ ଗ୍ରାମାଞ୍ଚଳ ଜନସାଧାରଣ ବିଏସ୍ଏନ୍‌ଏଲ୍‌ ନେଟୱର୍କ ଉପରେ ନିର୍ଭର କରୁଥିବା ବେଳେ ଉକ୍ତ ଅଞ୍ଚଳରେ ବିଏସ୍ଏନ୍‌ଏଲ୍‌ ନେଟୱର୍କ ଚାଲୁନି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଭିଜିଲାନ୍ସ ବିଭାଗ ଆବଶକ୍ୟ ତଦନ୍ତ କଲେ ଏହି ଟାୱାର ନିର୍ମାଣ ନେଇ ବହୁ ରହସ୍ୟ ଲୋକଲୋଚନକୁ ଆସିବା ସହ ଗଜପତି ଜିଲ୍ଲାରେ ବିଏସଏନଏଲ ଟାୱାର କିପରି ଭାବେ ନିର୍ମାଣ କରାଯାଇ ବଡ଼ ଘୋଟଲା ଚାଲିଛି ସେ ନେଇ ସମସ୍ତ ଦୁର୍ନୀତିର ପର୍ଦାଫାଶ ହେବ ବୋଲି ସରପଞ୍ଚ ପିନାଶ ରଇତ, ସମିତିସଭ୍ୟ କାଳାକା ସରସ୍ୱତୀ, ୱାର୍ଡମେମ୍ବର ଗୁଣବତୀ ବତୀ ସିଂ ଏବଂ ସିଏସ୍‌ପି ବାଲ୍ ରାଜୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ