ନାଉଗାଁ ବ୍ଳକର ଯନ୍ତ୍ରୀଙ୍କୁ ସମାନ ଦାୟିତ୍ୱ ପ୍ରଦାନ କରିବା ପ୍ରତିବାଦରେ ଘୋଡାଂଶ ସମିତି ସଭ୍ୟଙ୍କ ଧାରଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଯନ୍ତ୍ରୀ ମାନଙ୍କୁ ସମାନ ଦାୟିତ୍ୱ ପ୍ରଦାନ କରିବା ପ୍ରତିବାଦରେ ମଙ୍ଗଳବାର ଘୋଡାଂଶ ପଂଚାୟତର ସମିତି ସଭ୍ୟ ତରୁଣକାନ୍ତ ବାରିକ ଜନ ଶୁଣାଣୀ ଶିବିର ସ୍ଥଳରେ ଧାରଣାରେ ବସିଥିଲେ । ବାରିକଙ୍କ ଅଭିଯୋଗ ମୁତାବକ ଉକ୍ତ ବ୍ଳକରେ ୫ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । କିନ୍ତୁ ଯନ୍ତ୍ରୀ ଦିଲିପ କୁମାର ଖଣ୍ଡାୟତ ରାୟଙ୍କୁ କୌଣସି ପଂଚାୟତ ଦାୟିତ୍ୱ ପ୍ରଦାନ କରାଯାଇ ନଥିବା ବେଳେ କିଛି ଦିନ ହେବ କେବଳ ଏକମାତ୍ର ଘୋଡାଂଶ ପଂଚାୟତ ଦାୟିତ୍ୱ ପ୍ରଦାନ କରାଯାଇଛି । ହେଲେ ଅନ୍ୟ ୪ଜଣଙ୍କୁ ବିଭିନ୍ନ ପଂଚାୟତ ଦାୟିତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ପଂଚାୟତ ପ୍ରଦାନରେ ତାରତମ୍ୟ ପ୍ରଦାନ କରାଯାଉଛି । ତେଣୁ ସମସ୍ତଙ୍କୁ ସମ ପରିମାଣର ପଂଚାୟତ ପ୍ରଦାନ କରିବାକୁ ବାରିକ ଦାବି କରିଥିଲେ । ଘଟଣା ସ୍ଥଳକୁ ବିଡିଓ ତପନ ମହାପାତ୍ର ଓ ଜିଲ୍ଲା ପ୍ରଶାସନିକ ଅଧିକାରି ପହଂଚି ଏହାର ସମାଧାନ କରାଯିବାର ପ୍ରତିଶୃତି ଦେବା ପରେ ବାରିକ ଧାରଣାରୁ ଓହରିଥିଲେ ।