ଦଖଲିକୃତ ଜମିକୁ ପଟ୍ଟା ପ୍ରଦାନ ପାଇଁ ଦାବି ଜଣାଇଲେ କେ ବାଲିପାଳ ପଞ୍ଚାୟତ ବାସୀ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କେ.ବାଲିପାଳ ପଞ୍ଚାୟତର କେ.ବାଲିପାଳ, ମଲ୍ଲିପଶି, ସରମୁଣ୍ଡି, ମୟୁରନଚା ଓ ଭଅଁରା ଗ୍ରାମର ଅଧୁବାସୀ ମାନେ ଦୀର୍ଘ ବର୍ଷ ଧରି ଦଖଲ କରିଥିବା ଜମିକୁ ସରକାର ପଟ୍ଟା ପ୍ରଦାନ କରିବା ପାଇଁ ପଞ୍ଚାୟତ ବାସୀ ଦାବି କରିଛନ୍ତି। ସେମାନଙ୍କର ଦାବି ଅନୁଯାଇ ଏହି ଗ୍ରାମମାନଙ୍କରେ ପୁରୁଷାନୁକ୍ରମେ ସେମାନେ ବସବାସ କରିଆସୁଅଛନ୍ତି। କେ.ବାଲିପାଳ ଗ୍ରାମରେ ୪୫୩୫.୫୩ ଏକର, ମଲ୍ଲିପଶି ଗ୍ରାମରେ ୨୬୫୮.୦୩ ଏକର, ସରମୁଣ୍ଡି ଗ୍ରାମରେ ୨୭୪.୩୫ ଏକର, ମୟୂରନଚା ଗ୍ରାମରେ ୧୧୩୭.୯୫ ଏକର, ଭଅଁରାରେ ୧୯୩. ୪୫୦ ଏକର ଏହିପରି ମୋଟ – ୮୭୯୯.୩୧ ଏକର ଜମି ଭୋଗଦଖଲ କରି ଆସୁଅଛନ୍ତି । ଏମାନେ ହଦଗଡ ଡ୍ୟାମ ପ୍ରୋଜେକ୍ଟ କାର୍ଯ୍ୟ ପୂର୍ବରୁ ଅର୍ଥାତ ୧୯୭୦-୭୨ ମସିହା ବେଳକୁ ସେମାନଙ୍କୁ ସେହି ଜାଗାରୁ ଉଚ୍ଛେଦ କରାଯାଇଛି । ଯେଉଁମାନଙ୍କ ନାମରେ ପଟ୍ଟା ଥିଲା, ସେମାନଙ୍କୁ ରାଇଘାଟି, ସିଆଡିମାଳିଆ ଓ କାଳିଆମ୍ବ ଗ୍ରାମରେ ଥଇଥାନ କରାଯାଇଛି। ଅନ୍ୟ ପକ୍ଷରେ ଉପରେ ଉଲେଖ ଥିବା ୫ ଟି ଗ୍ରାମର ୭୦୦ ପରିବାରର ପ୍ରାୟ ୩୫୦୦ ଲୋକଙ୍କର ଥଇଥାନ କରାଯାଇନାହିଁ। ସରକାରୀ ହିସାବରେ ୮୭୯୯.୩୧ ରୁ ଉଦ୍ଧ ଏକର ଜମିରେ ଡ୍ୟାମ ପାଣି ଜମି ରହୁଥୁବା କୁହାଯାଉଥିଲେ ମଧ୍ୟ କାର୍ଯ୍ୟତଃ ପ୍ରାୟ ୧୭୫୦ ଏକର ଜମିରେ ପାଣି ରହୁଛି। ଅବଶିଷ୍ଟ ପ୍ରାୟ ୭୦୦୦ ଏକର ଭଳି ଜମିରେ ସ୍ଥାନୀୟ ଅଧିବାସୀମାନେ ଚାଷବାସ କରି ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି। ହେଲେ ସେସବୁ ଜମିର ପଟ୍ଟା ନପାଇବା ଫଳରେ କୌଣସି ସରକାରୀ ସୁବିଧା ସୁଯୋଗ ପାଇ ପାରୁ ନାହାନ୍ତି। ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଶହ ଆବାସ ଯୋଜନା ରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟରେ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏହାର ସରଜମିନ୍ ତଦନ୍ତ କରି ପୂର୍ବରୁ ଥିବା ଏହି ଜମି ଜଙ୍ଗଲ କିଶମର ହୋଇଥିବା ଯୋଗୁଁ ଏହାକୁ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ଅନୁଯାୟୀ ଆମ୍ଭମାନଙ୍କୁ ପଟ୍ଟା ପ୍ରଦାନ କରିବାକୁ ବୁଦ୍ଧିରାମ୍ ପୂର୍ତ୍ତି, କର୍ଣ୍ଣ କସିମାଳ, ନାରାୟଣ ହୋ, ରାଉତ କାଣ୍ଡିୟାନ୍, ରାଉତ ହୋ, ସୁନାରାମ୍ ପୂର୍ତ୍ତି, ଜୁରେ ପୂର୍ତ୍ତି,ସିଙ୍ଗିରାଇ ହୋ, ଶଙ୍କର୍ଷଣ ବିନିସିଆ, ସୁଶାନ୍ତ ନାଇକ, ଦୁଃଖବନ୍ଧୁ ନାଇକ ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ