ମିଳୁନି କୋଭିଡି ସମୟର ରାସନ ବଣ୍ଟନ ଅନୁଦାନ

ହାଟଡିହି, (ବିକାଶ ବିଶ୍ୱାଳ):କୋଭିଡି ସମୟରେ ରାସନ ସାମଗ୍ରୀ ବଣ୍ଟନ ବଣ୍ଟନ କରିଥିବା ବାବଦ ଅନୁଦାନ ରାଶି ଆଜି ପର୍ଯ୍ୟନ୍ତ ମିଳି ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ସରପଞ୍ଚ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ। ଏନେଇ ସେମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ ଗତ ୨୦୨୦ ରୁ ୨୦୨୨ ମସିହାର କରୋନା ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଗଣା ପିଡିଏସ୍ ଚାଉଳ ଘରଘର ବୁଲି ବଣ୍ଟନ କରିଥିଲେ । ମାଗଣା ପିଡିଏସ୍ ଚାଉଳ ବଣ୍ଟନ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ। ସରକାର ଖାଉଟି ସାମଗ୍ରୀ ବଣ୍ଟନ ବାବଦକୁ ଗତ ଜୁଲାଇ ୭ ତାରିଖରେ ଖାଉଟି ସାମଗ୍ରୀ ବଣ୍ଟନ ବାବଦକୁ ପାରିଶ୍ରମିକ ଅର୍ଥ ପ୍ରତିପଞ୍ଚାୟତ ଯୋଗାଇ ଦେଇଛନ୍ତି। କିନ୍ତୁ ବର୍ତ୍ତମାନର ସମ୍ପୃକ୍ତ ପିଇଓ ଏଵଂ ସରପଞ୍ଚ ମାନେ ତାହାକୁ ଉଠାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଅଭିଯୋଗ ଶୁଣିବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ତୁରନ୍ତ ଏ ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପୂର୍ବତନ ସରପଞ୍ଚ ଶ୍ରୀମତୀ କୌଶଲ୍ୟା ସେଠୀ , ବିମ୍ବାଧର ବିଶ୍ଵାଳ , ଶ୍ରୀଧର ବେହେରା, ସୁପ୍ରଭା ରାଉତ, ନିରୁପମା ପାତ୍ର , ପ୍ରତିଭା ନାୟକ, ଅନୁସୟା ସେଠୀ , ସ୍ୱର୍ଣ୍ଣପ୍ରଭା ଯେନା, ଜାନକି ଓଝା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସାବିତ୍ରୀ ସା, ବିଷ୍ଣୁପ୍ରିୟା ବେହେରା, ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ