ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସ୍ୱାସ୍ଥ୍ୟ ସମିତି,ବାଲେଶ୍ୱର ଓ ସ୍ଵେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁ ର ମିଳିତ ସହଯୋଗରେ ଜାତୀୟ ଚକ୍ଷୁଦାନ ପକ୍ଷ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପାଳିତ ହୋଇଯାଇଛି.ବରିଷ୍ଠ ଡାକ୍ତର୤ ମୃତ୍ଯୁଞୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଚକ୍ଷୁ ବିଶେଷଜ୍ଞ ଡା.ସୁଜିତ ନାରାୟଣ ମହାପାତ୍ର ଯୋଗ ଦେଇ ଜଣେ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଦୁଇ ଜଣ ବ୍ୟକ୍ତିଙ୍କର୍ ଅନ୍ଧତ୍ୱ ଦୂର ହୋଇଥାଏ.କୌଣସି ବ୍ୟକ୍ତି ଜୀବନ କାଳ ମଧ୍ୟରେ ଯେକୌଣସି ସମୟରେ ସ୍ୱ-ଇଚ୍ଛାରେ ଚକ୍ଷୁଦାନ ପାଇଁ ସମ୍ମତି ଦେଇପାରିବେ ବୋଲି କହିଥିଲେ .ଅନ୍ୟମାନଙ୍କ ମଧ୍ୟରେ ଡା.ସଂଜୀବ ପ୍ରଧାନ,ସନ୍ଧ୍ୟାରାଣୀ ନାୟକ,ମନୋଜ ଦାସ ଓ ରମଣୀ କାନ୍ତ ଭଞ୍ଜ ପ୍ରମୁଖ ଚକ୍ଷୁଦାନ ସଂମ୍ପର୍କ ରେ ଆଲୋଚନା କରିଥିଲେ.ଏହି ଅବସରସରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଫିରିଂପାଟଣା ସ୍କୁଲ ଠାରୁ ବାହାରି ସହର ପରିକ୍ରମା କରିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ