ହୋମିଓପାଥିକ ଚିକିତ୍ସାଳୟରେ ଡ଼କ୍ଟର ଅନୁପସ୍ଥିତ ଗେଟରେ ତାଲା
କୁକୁଡାଖଣ୍ଡି,(ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ଏବଂ ଜଗଦଳପୁର ମଧ୍ୟଭାଗରେ ହୋମିଓପାଥିକ ଚିକିତ୍ସାଳୟ ରହିଛି l ଏହି ଚିକିତ୍ସା କେନ୍ଦ୍ରକୁ ଦୈନିକ ଜଗଦଳପୁର ଏବଂ ନିମଖଣ୍ଡି ଅଞ୍ଚଳର ସମେତ ଅଞ୍ଚଳର ଶତାଧିକ ରୋଗୀ ଆସି ପୂର୍ବରୁ ରୋଗ ସମ୍ବନ୍ଦୀୟ ଔଷଧ ମେଡିକାଲକୁ ଆସି ଡକ୍ଟରଙ୍କ ପରାମର୍ଶ କ୍ରମେ ନେଉଥିବା ବେଳେ ଗତ କିଛି ମାସ ହେଲା ହୋମିଓପାଥିକ ଔଷଧ ନେବାକୁ ଆସି ରୋଗୀ ଆସୁଥିବା ବେଳେ ଡାକ୍ତର ଆସୁନଥିବା କାରଣରୁ ରୋଗୀ ଆସି ଗେଟକୁ ଚାହିଁବସିରହୁଥିବା ବେଳେ ଗେଟଟି ଡାକ୍ଟରଙ୍କ ଅନୁପସ୍ଥିତ କାରଣରୁ ତାଲା ପଡି ରହୁଛି l ରୋଗୀ ଦୂରଦୁରାନ୍ତରୁ ଚାଲିଚାଲି ଆସି ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି l ସେମାନଙ୍କ ଅଭିଯୋଗ ସରକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉର୍ନତି ଆଣିବାକୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କାର ଔଷଧ ଏବଂ ଡାକ୍ତର ମାନଙ୍କ ବେତନ ଦେଉଥିବା ବେଳେ ଡାକ୍ତର ଅନୁପସ୍ଥିତ ଯୋଗୁଁ ରୋଗୀ ପ୍ରଭାବିତ ହେଉଥିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ଉପରିସ୍ଥ ଅଧିକାରୀ କିମ୍ବା ନିକଟସ୍ଥ ଜନପ୍ରତିନିଧି କିଏ ବି ଦୃଷ୍ଟି ଦେଉନଥିବା ଯୋଗୁଁ ଡାକ୍ତରର ମନମାନି ବୃଦ୍ଧି ପାଇବା ରେ ଲାଗିଛି l ଏବଂ ନିଜ ଇଚ୍ଛା ମୁତାବକ କାର୍ଯ୍ୟରତ ଡାକ୍ତର ଆସି ଫେରିଯାଉଥିବା ଅଭିଯୋଗ କରିଛନ୍ତି l ତେଣୁ ନୂତନ ସରକାରରେ ଆସିଥିବା ବିଧାୟକ ମେଡିକାଲ କୁ ଅଚାନକ ଗ୍ରସ୍ତ କରି ଉପରିସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କଲେ ସମୟ ଅନୁଯାଇ ଡାକ୍ତର ମାନେ କର୍ମକ୍ଷେତ୍ର ରେ ଯୋଗଦେବେ ବୋଲି ଲୋକେ ଦାବି କରିଛନ୍ତି l