ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ବକ୍ତ୍ୟବ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାରେ ପ୍ରଥମ ଓ ଭାରତବର୍ଷର ଦିତୀୟ ହାଇଜେନିକ୍ ଫିସ୍ ମାର୍କେଟର ଶିଳାନ୍ୟାସ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ଵାରା ଆଭାସି ମାଧ୍ଯମରେ ଆସନ୍ତା ୩୦-୮-୨୪ରେ ବସ୍ତାର ବାହାର୍ଦା କୃଷି ଫାର୍ମରେ ଆୟୋଜିତ ହେବ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମ୍ପୁର୍ଣ୍ଣ ପ୍ରୟାସରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଅନ୍ତର୍ଗତ ଏହି ଫିସ୍ ମାର୍କେଟ ପାଇଁ ₹୭୮.୨୫ କୋଟି ଅନୁଦାନ ହୋଇଅଛି। ଏହି ଅତ୍ୟାଧୁନିକ ଫିସ ମାର୍କେଟରେ ଉଭୟ ମତ୍ସ୍ୟଜୀବୀ ଓ ବ୍ୟବସାୟୀଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ହେବ। ବିକ୍ରୟ, ସଂରକ୍ଷଣ, ଶୀତଳଭଣ୍ଡାର, ପ୍ରକ୍ରିୟାକରଣ ଇତ୍ୟାଦିର ବ୍ୟବସ୍ଥା ରହିବ। ୨୦ ଏକରରୁ ଊର୍ଦ୍ଧ୍ୱ ସ୍ଥାନରେ ନିର୍ମିତ ଫିସ୍ ମାର୍କେଟ କାର୍ଯ୍ୟକାରୀ ହେଲେ ଜିଲ୍ଲାର ମତ୍ସ୍ୟଜୀବୀ ଓ ବ୍ୟବସାୟୀଙ୍କ ପାଇଁ ଏକ ବରଦାନ ହେବ। ନିଜର ଉତ୍ପାଦ ଓ ବ୍ୟବସାୟ ପାଇଁ ସେମାନଙ୍କର ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳତା କମିବ। ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଜିଲ୍ଲା ଉପସଭାପତି କମଳଲୋଚନ ଦାସ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ,ସହସଂଯୋଜକ ରଣଜିତ ପୁଷ୍ଟି ଓ ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ।