ସାପ କାମୁଡାରେ ମା ଓ ଝିଅଙ୍କ ମୃତ୍ୟୁ
ଭଞ୍ଜନଗର,(ସନ୍ତୋଷ ଜେନା):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୁଇଁ ଗାଁରେ ମା ଓ ଝିଅଙ୍କ ମୃତ୍ୟୁ ଘଟିଛି।ମୃତକ ମାନେ ହେଲେ ସେହି ଗ୍ରାମର ଲଡୁ ନାୟକଙ୍କ ସ୍ତ୍ରୀ ଗୁରୁବାରୀ ନାୟକ(୩୫) ଓ ଝିଅ ସୁବି ନାୟକ(୮)। ସାପ କାମୁଡାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଲଡୁ କହିଛନ୍ତି। ଗତକାଲି ରାତିରେ ପରିବାର ସମସ୍ତେ ଭୋଜନ କରି ଶୋଇ ପଡିଥିଲେ।ଭୋର୍ ସମୟରେ ଗୁରୁବାରୀ ଓ ସୁବିଙ୍କୁ କୌଣସି ଏକ କିଟ କାମୁଡି ଥିବା ଚିତ୍କାର କରି ଉଠି ପଡିଥିଲେ। ପରେ ପରିବାର ଲୋକେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ।ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।