ନଦୀରେ ମିଶୁଛି ରନ୍ଧା ମଦ ପୋଚ ପାଣି ଚର୍ମ ରୋଗରେ ଶିକାର ନେଇ ଅଞ୍ଚଳବାସୀଙ୍କ ଅଭିଯୋଗ

ଅପମିଶ୍ରିତ ଦେଶୀ ମଦର ବନ୍ୟା, ଲୋକ ଦେଖାଣିଆ ଅବକାରୀ ପୋଲିସ ପକ୍ଷରୁ ଚଢାଉ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ବେଆଇନ ମଦ କାରବାର ଭୂସ୍ବର୍ଗ ପାଲଟିଛି ସାନଖେମୁଣ୍ଡି ଅଞ୍ଚଳ। ଅପମିଶ୍ରିତ ମଦର ବନ୍ୟା ଅଞ୍ଚଳକୁ କବଳିତ କରିଛି। ମଦ ମାଫିଆଙ୍କ ପ୍ରଶାସନକୁ ଖୋଲାମ ଖୋଲା ଚାଲେଜ୍ ବେଆଇନ ଭାବେ ସାନଖେମୁଣ୍ଡି ବ୍ଲକ ଅଳରେ ଯେଉଁଭଳି ଭାବେ ମଦ ଦୋକାନ ଖୋଲାଯାଇଛି, ଅବକାରୀ ବିଭାଗ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଥିବା ଶୁଣିବାକୁ ମିଳୁଛି।ସରକାରଙ୍କ ମଦ ନୀତି ପାଳନ କରୁନାହାନ୍ତି ।ମହୁଲି ଦେଶୀ ମଦ ପ୍ରସ୍ତୁତ ପାଇଁ ଅନୁମତି ରହିଥିବା ବେଳେ ଅଧିକ ମୁନାଫା ପାଇଁ ୟୁରିଆ ଇଷ୍ଟ ରାସାୟନିକ ପଦାର୍ଥରେ ବିଷାକ୍ତ ମଦ ପ୍ରସ୍ତୁତ କରି ସାଧାରଣ ଲୋକଙ୍କ ଧନ ଜୀବନ ଅକାଳରେ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି।ଗତ କିଛି ଦିନ ହେବ ଚିକିଟି ରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମଦ ମାଫିଆ ମାନେ ବେନିୟମ ଭାବେ ଗାଁ ଗଳି ସାହି , ରେ ମନମାନି ଭାବେ ମଦ ଦୋକାନ ଖୋଲିବା ଅବକାରୀ ବିଭାଗ ପୋଲିସ କୁ ଖୋଲାମ୍ ଖୋଲା ଚାଲେଞ୍ଜ କରୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ରାଜ୍ୟରେ ମଦ ଦୋକାନ ମାଳ ମାଳ ଖୋଲି ଛାତ୍ର, ଯୁବକଙ୍କୁ ମଦ୍ୟପ କରି ଅସାମାଜିକ କାମ ଲିପ୍ତ ହେଉଥିବା ଦେଖିବାକୁ ମିଳିଛି । ଯୁବକ ମାନଙ୍କୁ ବ୍ୟବହାର କରି ଭଳି ସେମାନଙ୍କ ଚରିତ୍ର, ଭବିଷ୍ୟତ ସ୍ୱାଭିମାନକୁ କୁଠାରାଘାତ କରୁଛନ୍ତି l ନିଶାସକ୍ତ ଯୁବକ ମାନେ ହତ୍ୟା, ମାରପିଟ, ଭଙ୍ଗାରୁଜା ଭଳି ଉନ୍ମୁତ୍ତ କାଣ୍ଡ ଭିଆଇବା,ଆଇନ ଶୃଙ୍ଖଳା ଭାଙ୍ଗିବା , ସଡ଼କ ଦୁର୍ଘଟଣା ବୃଦ୍ଧି ସହ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇ ବହୁ ଧନ ଜୀବନ ଅକାଳରେ ଚାଲିଯାଉଛି l ମଦ ଦୋକାନ ବିଭିନ୍ନ ସ୍କୁଲ କଲେଜ ଧର୍ମାନୁଷ୍ଠାନ ଆଦି ନିକଟରେ ମଧ୍ୟ ମଦ ଦୋକାନ ଖୋଲିବାକୁ ଅନୁମତି ନଥିବା ବେଳେ ଅବକାରୀ ନିୟମର ଉଲ୍ଲଂଘନ ହେଉଥିବ ଦେଖିବାକୁ ମିଳିଛି । ପୋଖରୀର ଗାଧୁଆ ତୁଠର ଆରମ୍ଭ କରି ମନ୍ଦିର ଧାର୍ମିକ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ବସଷ୍ଟାଣ୍ଡ, ସବୁଠି ମଦ ଦୋକାନ ଖୋଲା ଯାଇଛି।ସ୍କୁଲ କଲେଜ ମନ୍ଦିର କୁ ଯିବା ବେଳେ ମୁଖ୍ୟ ରାସ୍ତା କଡ଼ରେ ଅପମିଶ୍ରିତ ମଦ ପିଇ ରାସ୍ତା ରେ ଗଡୁଥିବା ଦେଖିବାକୁ ମିଳୁଛି।ପାଟପୁର ଥାନା ଅଞ୍ଚଳକୁ ନିମଖଣ୍ଡି ରୁ ଆଣି ଆମ୍ବଗାଁ ରେ ବିକ୍ରି ହେଉଥିବା ବେଳେ ଦିଗପହଣ୍ଡି ରୁ ଚୁଡଙ୍ଗପୁର, ଶେରଗଡ଼ ରୁ ଆଣି ଏସ ଗୋପାଳପୁର ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ମଦ ବିକ୍ରି ହେଉଥିବା ଯୋଗୁଁ ମଦ ପିଇ ପରିବାରରେ କଳହ ସୃଷ୍ଟି ହେଉଛି।ସେହି ଭଳି ପାଟପୁର ମଦ ଭାଟି ରୁ ମଦ ବିଭିନ୍ନ ଦୋକାନ ରେ ବିକ୍ରି ହେଉଥିବାଜଣାପଡ଼ିଛି ।ଟି ଗୋବିନ୍ଦପୁର ,ପଦ୍ମପୁର, ଦାମପୁର ପାହାଡିଆ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଥିଲେ ମଧ୍ୟ ଅବକାରୀ ମଦ ମାଫିଆ ମାନଙ୍କ ସହ ମଧୁଚନ୍ଦ୍ରିକା ରହିଥିବା ବେଳେ ପୋଲିସ ଛୋଟିଆ ମଦ ବିକ୍ରି କରିଥିବା କୋଚିଆ ମାନଙ୍କ ଉପରେ ଚଢାଉ କରୁଛି। ବଡ଼ ବେପାରୀ ମାନଙ୍କୁ ହାତ ମାରୁନି ।ନଦୀ ରେ ମିଶୁଛି ରନ୍ଧା ମଦ ର ପୋଚ ପାଣି, କେବେ ଚେତିବ ଅବକାରୀ ବିଭାଗ l ପାଟପୁର ଥାନା ଅନ୍ତର୍ଗତ ପଳାସପୁର ଠାରୁ ଲୁଣିନାଠୀ ମଧ୍ୟରେ ଥିବା ଏକ ସରକାରୀ ପ୍ରାପ୍ତ ଦେଶୀ ମଦ ଭାଟି ରେ ତିଆରି ହେଉଥିବା ମଦ ରୁ ବାହାରୁଥିବା ପୋଚ ତଥା ଅବର୍ଜନା ପାଣି ପଳାସପୁର ଘୋଡ଼ାହାଡ଼ ନଦୀ କୁ ଛଡାଯାଉଥିବା ଅଭିଯୋଗ ହେଉଛି l ପୋଚ ତଥା ଆବର୍ଜନା ପାଣି ନଷ୍ଟ କରିବା ପାଇଁ ଭାଟି ପକ୍ଷରୁ ପଦକ୍ଷେପ ନେବା ନିୟମ ରହିଥିଲେ ମଧ୍ୟ ତାହାର ଉଲଂଘନ କରାଯାଉଥିବା ଅଭିଯୋଗ ହେଉଛି l ଅବକାରୀ ବିଭାଗ ନିକଟରେ ପୂର୍ବରୁ ଅଞ୍ଚଳବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଛି l ନଦୀ ରେ ଏହି ପାଣି ମିଶିବା ପରେ ନଦୀ ଜଳ ପ୍ରଦୂଷିତ ହୋଇ ଲୋକେ ବିଭିନ୍ନ ପ୍ରକାର ଚର୍ମ ରୋଗ ର ଶିକାର ହେଉଥିବା ଅଭିଯୋଗ ହେଉଥିବା ଶୁଣିବାକୁ ମିଳୁଛି। ଏନେଇ ଦିଗପହଣ୍ଡି ଅବକାରୀ ବିଭାଗ ଏସ ଆଇ ଅନିତା କୁମାରୀ ସାହୁ ଙ୍କୁ ପଚାରିବାରୁ ସେ କହିଲେ ମୁଁ ୧୦ ଦିନ ହେବ ଆସିଛି ।ତଦନ୍ତ କରି ଜଣାଇବି ବୋଲି ମତପ୍ରକାଶ କରିଛନ୍ତି।କେବେ ତଦନ୍ତ କରି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଅଞ୍ଚଳ ବାସୀଙ୍କ ଅପେକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ