୪ଜଣକୁ ଗୁଡ ସମରିଟାନ ଭାବେ ପୁରସ୍କୃତ କଲେ ଗଞ୍ଜାମ ଏସପି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଦୈନିକ ସଡକ ଦୃର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥାଏ । ଏପରିକି ଦୃର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଙ୍କୁ ଠିକ୍ ସମୟରେ ମେଡିକାଲରେ ପହଂଚିବା ବିଳମ୍ବ ହେଉଥିବା ହେତୁ ବହୁ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଦୁର୍ଘଟଣାର ଗୋଲଡେନ ଆୱାର ଭିତରେ କେମିତି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଜୀବନ ବଚିଂବ ସେଥି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ଯେ କୈାଣସି ବ୍ୟକ୍ତି ଦୃର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସଠିକ ସମୟରେ ମେଡିକାଲରେ ପହଂଚାଇଦେଲେ ତାର ସଠିକ ଚିକିତ୍ସା ହେବାସହ ଏକ ମୂଲ୍ୟବାନ ଜୀବନ ମଧ୍ୟ ବଚିଂପାରିବ । ଯେଉଁମାନେ ଆଗକୁ ଆସି ସହଯୋଗ କରିବେ ସେମାନଙ୍କୁ ଗୁଡ ସମରିଟାନ ଭାବେ ସରକାରଙ୍କ ପକ୍ଷରୁ ଦୁଇ ହଜାର ଟଙ୍କା ପୁରସ୍କାର ମିଳିଥାଏ । ଏହି ଅବସରରେ ଗଞ୍ଜାମ ଏସପି କାର୍ଯ୍ୟାଳୟରେ ଆଜି ଗଞ୍ଜାମ ଏସପି ଜଗମୋହନ ମୀନା ୪ଜଣ ବ୍ୟକ୍ତିଙ୍କୁ ଗୁଡ ସମରିଟାନ ଭାବେ ପୁରସ୍କୃତ କରିଥିଲେ । ସେମାନେ ହେଲେ କାହ୍ନୁପ୍ରସାଦ ମହାନ୍ତି, ଗଣେଷ ପୃଷ୍ଟି, ପବିତ୍ର ମହାନ୍ତି ଓ ଭାଣ୍ଡି ଭଗବାନ । ଏହି ୪ଜଣ ବ୍ୟକ୍ତି ଚଳିତ ମାସ ୨୨ ତାରିଖରେ ସମରଝୋଳ ନିକଟରେ ଘଟିଥିବା ବସ ଦୃର୍ଘଟଣାରେ ଆହାତ ମାନଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇବାରେ ସମସ୍ତ ସହଯୋଗ କରିଥିଲେ । ଯାହାଫଳରେ ସଠିକ ସମୟରେ ଆହାତମାନଙ୍କୁ ମେଡିକାଲ ସେବା ମିଳିବାରେ ସହାୟକ ହୋଇପାରିଥିଲା । ତେଣୁ ଯେ କୈାଣସି ସଡକ ଦୃର୍ଘଟଣା ଘଟିଲେ କୈାଣସି ଭୟ ନକରି ଆଗାକୁ ଆସି ସହଯୋଗ କରିବାକୁ ପଡିବ ବୋଲି ଏସପି କହିଥିଲେ । କୈାଣସି ପୁଲିସ ଭୟ କିମ୍ବା ସାକ୍ଷୀ, କୋର୍ଟ/କଚେରି ପରିସରଭୁକ୍ତ ହେବାକୁ ପଡିବ ନାହିଁ ବରଂ ସାହାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଗୁଡ ସମରିଟାନ ହିସାବରେ ଦୁଇ ହଜାର ଟଙ୍କା ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଗଞ୍ଜାମ ଏସପି ଜଗମୋହନ ମୀନା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ ଓ ଏମଭିଆଇ ରବିନ୍ଦ୍ରନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।