ସ୍ବର୍ଗତ ଶ୍ରୀକାନ୍ତ ଦାସଙ୍କ ସ୍ମୃତି ଚରଣ ସଭା ବାଲିଆ କାର୍ଯ୍ୟଳୟରେ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସ୍ବର୍ଗତ ଶ୍ରୀକାନ୍ତ ଦାସଙ୍କ ଦ୍ଵାଦଶ ଦିବସୀୟ କାର୍ଯ୍ୟକ୍ରମ ବାଲିଆ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଛି। ସ୍ବର୍ଗତ ଦାସଙ୍କ ଉଦ୍ଦେଶ୍ୟରେ ଏକ ଶୁକ ସଭା ଅନୁଷ୍ଠିତ ହୋଇଥିଲା। ଏହି ଶୁକସଭାରେ ଜିଲ୍ଲାର ବହୁ ସମାଜବାଦୀ ରାଜନେତା ପ୍ରଶାସକ ଯୋଗ ଦେଇ ସ୍ବର୍ଗତ ଶ୍ରୀକାନ୍ତଙ୍କ ସ୍ମୃତିପାଠ କରିଥିଲେ। ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶରାମ ଖୁଣ୍ଟିଆଙ୍କ ବକ୍ତବ୍ୟରେ ସ୍ବର୍ଗତ ଶ୍ରୀକାନ୍ତ ଦାସ (ପାତିନ) କୁ ଜଣେ ସୁସଂଗଠକ ତଥା ଯୁବ ମାନସରେ ପ୍ରେରଣା ର ଉତ୍ସ ଥିଲେ ବୁଲି କହିଥିଲେ।ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ମେରୁଦଣ୍ଡ ଥିଲେ ବୋଲି ବହୁ ବକ୍ତା ମତ ପ୍ରକାଶ କରିଥିଲେ।ଦିନ ତମାମ କରିଥିବା ଏହି ସୁକସଭାରେ ସମାଜସେବୀ କେଶବ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିବା ବେଳେ ରେମୁଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ।ବିଜେପିର ବରିଷ୍ଠ ନେତା ବିପିନ ବିହାରୀ ଦାସ ଓ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ଗୋପୀନାଥ ସେନାପତି,ରାମଚରିତ ମାନସ କମିଟି ର ସଦସ୍ୟ ଜଳଧର ପଣ୍ଡା ମଞ୍ଚାସୀନ ଥିଲେ।ସ୍ମୃତି ଚାରଣ କରିଥିବା ବରିଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା,ସୁଦର୍ଶନ ଜେନା,ସୁଧାଂଶୁ ଶେଖର ପରିଡ଼ା,ରେମୁଣା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ରାଉତ,ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ,ରେମୁଣା ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷା ପ୍ରାଚୀତନୟା ଗିରି, ଜିଲ୍ଲା ପରିଷଦ ସଦସ୍ୟ ଅଭିମନ୍ୟୁ ଧିନ୍ଦା,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଦାସ,ବରିଷ୍ଠ ସାମ୍ବାଦିକ ବିପ୍ଲବ ମହାନ୍ତି,ବରିଷ୍ଠ ଆଇନଜୀବି ହରେକୃଷ୍ଣ ଦାସ,ଦେବିପ୍ରସାଦ ମହାପାତ୍ର,ନିରଞ୍ଜନ ପରିଡ଼ା,ମନୋଜ ନାୟକ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୋଭନା ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ା,କୃଷ୍ଣ ଚନ୍ଦ୍ର ସାହା,ଉମାକାନ୍ତ ଜେନା,ଆଇନଜୀବି ଅଜିତ କୁମାର ଜେନା,ଦିଲ୍ଲୀପ କୁମାର ନାୟକ,ଗଦାଧର ପତ୍ତି ,ସରୋଜ ବେହେରା,ହରିବନ୍ଧୁ ପତ୍ର,ନରେନ୍ଦ୍ର ବିହାରୀ ଦାସ,ନାରାୟଣ ମହନ୍ତ,ଉମାକାନ୍ତ ପଣ୍ଡା ବିଭୁ ପ୍ରସାଦ ଦାସ,ପ୍ରଦୀପ କୁମାର ଦାସ,ଗଜେନ୍ଦ୍ର ମହାନ୍ତି,ଅନିରୁଦ୍ଧ ପ୍ରସାଦ ଦାସ,ଗୌରାଙ୍ଗ ପାଣିଗ୍ରାହି,ବିକାଶ ପାଢ଼ୀ ପ୍ରମୁଖ ଶତାଧିକ ବ୍ୟକ୍ତି ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ।ସନ୍ଧ୍ୟାରେ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୁକୁଳା ନନ୍ଦ ମଲ୍ଲିକ,ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ,ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଶ୍ରୀକାନ୍ତଙ୍କ ଅବୟବରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।