ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ବାଲେଶ୍ଵର ସର୍କିଟ ହାଉସ ଠାରେ ସ୍ବାଗତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଦିନ ୧୧ଟା ସମୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏକ ସରକାରୀ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ବସ୍ତା ଯିବା ରାସ୍ତାରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ଵରେ ଜିଲ୍ଲା ପଦାଧିକାରୀ ମାନେ ମାନନୀୟ ମନ୍ତ୍ରୀଙ୍କୁ ବାଲେଶ୍ଵର ସର୍କିଟ ହାଉସ ଠାରେ ସାକ୍ଷାତକରି ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ଶ୍ରୀନିବାସ ପ୍ରଧାନ, ମମତା ମହାପାତ୍ର, କମଳଲୋଚନ ଦାସ, ଗୌରାଙ୍ଗ ଦାସ, ରବିନାରାୟଣ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ସୂର୍ଯ୍ୟ ସାହୁ, ବିକାଶ ପାଢୀ, ସୁଷମା ରାଣୀ ବିଶ୍ବାଳ, ମହୁଆ ପ୍ରଧାନ, ବିଜୟ ସାହୁ, ସଂଯୁକ୍ତା ମହାପାତ୍ର, ଜ୍ଞାନରଞ୍ଜନ ଦାସ, ମୋହିତ ପଦ୍ଦାର, କମଳା ବିନ୍ଧାଣି, ଶ୍ରୀୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ