ବିଧାନସଭାରେ ଉଠିଲା ମରୈଗାଁ ଠାରୁ ବଳିପୁର ନଦୀବନ୍ଧ ରାସ୍ତା ନିର୍ମାଣ ପ୍ରସଙ୍ଗ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ୍ ର ମରୈଗାଁ ଠାରୁ ଭଦ୍ରକ ଜିଲ୍ଲାର ବଳିପୁର ପର୍ଯ୍ୟନ୍ତ ଲମ୍ବିଥିବା (ବାରିକମିସ୍ତ୍ରୀ ବନ୍ଧ ) ରାସ୍ତା ନିର୍ମାଣ ପ୍ରସଙ୍ଗ ଉପରେ ଆଜି ବିଧାନସଭାରେ ଆଲୋଚ଼ନା ହୋଇଛି । ଆନନ୍ଦପୁରବିଧାୟକ ଅଭିମନ୍ୟୁ ସେଠୀ ଏ ପ୍ରସଙ୍ଗ ଉପସ୍ଥାପନ କରି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହିରାସ୍ତା ଉପରେ ୫ ଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ବ ଗାଁ ଯଥା – ଓରାଳି ପଞ୍ଚାୟତ ର ନନ୍ଦିପଦା,ଖେତୁଆଳି, ଇଞ୍ଚୋଳ ଗ୍ରା:ପ ର ଇଞ୍ଚୋଳ, ଭୂତପଦା, ଅପସର, ପରମାନନ୍ଦପୁର, ଶାଳଣିଆଁ ପଞ୍ଚାୟତର ବ୍ରାହ୍ମଣୀକଳା, ବିଷ୍ଣୁପୁର, ଏଲକଣିଆଁ, ମନୋହରପୁର, ଶାଳଣିଆଁ, ଷଡ଼ଙ୍ଗ ଗ୍ରାମ ପଞ୍ଚାୟତର ଷଡ଼ଙ୍ଗ, ନସିରପୁର, ମଙ୍ଗରାଜପୁର, ଡ଼ଅଁର ଗ୍ରାମ ପଞ୍ଚାୟତର ଡଅଁର, ସରଳା, ଚଷାଖଣ୍ତ, ଗେଡ଼ମା ପଞ୍ଚାୟତର ଗେଡ଼ମା, ଜଳସରପୁର, ସାହାପୁର, ଆଇତିପୁର ପଞ୍ଚାୟତର ଆଇତିପୁର, ନୂଆଗାଁ, ଅମୃତପୁର ସେହିପରି ଭଦ୍ରକ ଜିଲ୍ଲାର ବଳିପୁର, ନାଆଁମି, ଛଞ୍ଚିଣା ଭଳି ପଞ୍ଚାୟତର ବିଭିନ୍ନ ଗ୍ରାମର ମୋଟ୍ ୪୦ ହଜାର ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ଜୀବନରେଖା ପାଲଟିଥିବା ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି । ରାସ୍ତାରେ ଆାଣ୍ଠୁଏ ଗଭୀରର ଖାଲଖମା ସୃଷ୍ଟି ହୋଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ସରକାର ପଦକ୍ଷେପ ନେବେ କି ବୋଲି ପ୍ରଶ୍ନ କରିଥିଲେ । ପ୍ରଶ୍ନର ଉତ୍ତରରେ ମାନ୍ୟବର ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏହି ରାସ୍ତାର ଉନ୍ନତିକରଣ ପାଇଁ ୬୫କୋଟି ୯୨ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇ ଓଡିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମବାଡିସି)ର ପ୍ରଶାସନିକ ଅନୁମୋଦନ ଓ ଅନୁଦାନ ନିମନ୍ତେ ପଠାଯାଇଛି ବୋଲି କହିଥିଲେ । ଅନୁଦାନ ମିଳିବା ପରେ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ