କୋମାରେ ବିଦ୍ୟୁତ୍ ବିଭାଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବିଦ୍ୟୁତ ବିଭାଗ ନିଷ୍କ୍ରିୟ ଅବସ୍ଥାରେ କୋମାରେ ରହିଥିବା ସାଧାରଣରେ ଅଭିଯୋଗ ହୋଇଛି. ଗତ ୭୦ ଦିନ ଧରି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାରମ୍ବାର ବିଦ୍ୟୁତ କଟ ଲାଗି ରହିଛି. ବହୁଵାର ସାଧାରଣଙ୍କ ନିବେଦନ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ. ଯଦ୍ୱାରା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ବିଦ୍ୟୁତ ସେବା ଯୋଗାଇ ଦେବାକୁ ସରକାର ନିରନ୍ତର ପ୍ରୟାସ ଜାରି ରଖୁଛନ୍ତି I ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ଦୁଇମାସ ହେବ ଗୁମ୍ମା ବ୍ଲକବାସୀ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ରହିଛନ୍ତି । ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ସଦର ମହକୁମା ବିଦ୍ୟୁତ କାର୍ଯ୍ୟାଳୟରେ ଯନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ଘଣ୍ଟାକୁ ଘଣ୍ଟା ବିଦ୍ୟୁତ କାଟ ସମସ୍ୟା ଦେଖାଦେଇଛି | ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଳେ ବେଳେ ତିନିରୁ ଚାରି ଘଣ୍ଟା ବିଦ୍ୟୁତ ଉଭାନ ହେଇଯାଉଛି। ଏଥିସହ ଲୋ ଭୋଲଟେଜ ଯୋଗୁଁ ବହୁଲୋକଙ୍କଫେନ, ଇନଭୋଟର, ବଲବ ଓ ଫ୍ରିଜ ଆଦି ପୋଡ଼ି ଯାଇଥିବା ଅଭିଯୋଗ ହେଉଛି। ସେହିପରି ଗୁମ୍ମା ସଦର ମହକୁମାରେ ବ୍ଲକ, ତହସିଲ, ବ୍ୟାଙ୍କ, ଆଧାର କାର୍ଡ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସମବାୟ ସମିତି କାର୍ଯ୍ୟାଳୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବିଭିନ୍ନ ସରକାରୀ କାର୍ଯ୍ୟ ଅଟକି ରହିଥ‌ିବା ଅଭିଯୋଗ ହେଉଛି | ଜନସେବା କେନ୍ଦ୍ର ଆଗରେ ଲୋକେ ଅପେକ୍ଷା କରି ଲୋକେ ହତାଶ ହେଉଛନ୍ତି | ଗୁମ୍ମା ସଦର ମହକୁମାକୁ ସ୍ବତନ୍ତ୍ର ଫିଡର ଯୋଗାଇ ଦେବା ସହ ଦୀର୍ଘ ବର୍ଷ ଧରି ଗାଇବା ଠାରେ ଏକ ସବ ଷ୍ଟେସନ କରାଯିବା ପାଇଁ ଜାଗା ଅଧିକରଣ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଏସବୁ କାର୍ଯ୍ୟ ଅଟକି ରହିଥ‌ିବା ଅଭିଯୋଗ ହେଉଛି। ଗାଇବା ଅଞ୍ଚଳରେ ସର୍ବାଧ‌ିକ ବିଦ୍ୟୁତ ଉପଭୁକ୍ତା ରହିଥ‌ିବା ଯୋଗୁଁ ଉକ୍ତ ଅଞ୍ଚଳରେ ଅନେକ ସମସ୍ୟା ରହିଛି। କିନ୍ତୁ ରାଜ୍ୟ ସରକାରଙ୍କ ନୂତନ ସବଷ୍ଟେସନ ତାଲିକାରେ ଗାଇବା ନଥ୍‌ବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ