ଦିଗପହଣ୍ଡିରେ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ଶନିବାର ୫୧ ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସନ୍ଧ୍ୟାରେ ବଜାର ଛକଠାରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ସଭାପତିତ୍ବ କରିଥିଲେ।ଏଥିରେ ଏନ୍ଏସି ଉପାଧ୍ଯକ୍ଷା କେ. ପୂଜା, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଅବସରପ୍ରାପ୍ତ ଅଧ୍ଯାପକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ପ୍ରାକ୍ତନ ସଭାପତି ହରିକୃଷ୍ଣ ପଣ୍ଡା, ବରିଷ୍ଠ ଚିକିତ୍ସକ ଡ. ସୂର୍ଯ୍ୟ ନାରାୟଣ ନନ୍ଦ, ଏ. କେଶବ ରାଓ, କାଉନସିଲର ସନ୍ତୋଷିନୀ ବେହେରା, ମାମିନୀ ବେହେରା, ଦୀପକ କୁମାର ମିଶ୍ର, ସୁନିଲ କୁମାର ପଣ୍ଡା, ଇ.ଗାୟତ୍ରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏନ୍ଏସି ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର ପ୍ରକଳ୍ପ ସମ୍ପର୍କରେ ନିର୍ବାହୀ ଅଧିକାରୀ ଡ.କର୍ଣ୍ଣ ସୂଚନା ଦେବାସହ ସହରବାସୀ, ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ବୃନ୍ଦ ମିଳିମିଶି କାମ କଲେ ଏନ୍ଏସି ର ପ୍ରଗତି ଆହୁରି ଆଗକୁ ବଢି ପାରିବ ବୋଲି କହିଥିଲେ।ଏହି ଅବସରରେ ଏନ୍ଏସି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପୂର୍ବାହ୍ନରେ କାର୍ଯ୍ଯାଳୟ ସମ୍ମୁଖରେ ଏନ୍ଏ ସି ଅଧ୍ୟକ୍ଷ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏନ୍ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଏନ୍ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବରିଷ୍ଠ କର୍ମଚାରୀ ଶଶିଭୂଷଣ ଦତ୍ତଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।