ସଦର ନିର୍ବାଚନଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ ପରିଚାଳନା ସମ୍ପର୍କୀତ ଏକ କର୍ମଶାଳା ସ୍ଥାନୀୟ ଆୟୁଷମାନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ସଦସ୍ୟତା ଅଭିଯାନର ରୂପରେଖ, ଏଥିପାଇଁ ସାଂଗଠନିକ ଦାୟିତ୍ୱ ତଥା ସଂରଚନା ବିଷୟରେ ଆଲୋଚନା କରିଥିଲେ । ପ୍ରାଥମିକ ସଦସ୍ୟ ଓ ସକ୍ରିୟ ସଦସ୍ୟ ହେବାର ପ୍ରାଣାଳୀ ସହିତ ଦଳରେ ସକ୍ରିୟ ସଦସ୍ୟତାର ଲାଭ ପ୍ରଭୃତି ବିଷୟରେ ବକ୍ତାମାନେ ବୁଝାଇଥିଲେ । ତେବେ ଦଳର ପ୍ରାଥମିକ ସଦସ୍ୟ ହେବାପାଇଁ ୧୮ ବର୍ଷ ବା ଅଧିକ ବୟସ ହେବା ଏକମାତ୍ର ସର୍ତ ବୋଲି ନେତାମାନେ କହିଥିଲେ । ଜନସମ୍ପର୍କରୁ ସଦସ୍ୟତା, ସଦସ୍ୟତାରୁ କାର୍ଯ୍ୟକର୍ତା, ଏହା ହେଉଛି ଭାରତୀୟ ଜନତା ପାର୍ଟିର ସାଂଗଠନିକ ଶକ୍ତି ବୃଦ୍ଧିର ମନ୍ତ୍ର ବୋଲି ସାଂସଦ ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଥିଲେ । ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ଉପସ୍ଥିତ ରହି ସଦସ୍ୟତା ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଶୃଙ୍ଖଳିତ କାର୍ଯ୍ୟକର୍ତାଙ୍କ ପାଇଁ ବିଗତ ଦିନରେ ଦଳ ଯେଉଁ ଭଳି ଭାବେ ବିଶ୍ୱର ଏକ ନମ୍ବର ରାଜନୈତିକ ଦଳର ମାନ୍ୟତା ପାଇ ପାରିଛି, ସେହିପରି ଚଳିତ ସଦସ୍ୟତା ଅଭିଯାନରେ ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିବା ନିମନ୍ତେ କାର୍ଯ୍ୟକର୍ତାମାନେ ଉଦ୍ୟମ କରିବାକୁ ଶ୍ରୀ ଦତ୍ତ ଆହ୍ୱାନ ଦେଇଥିଲେ । ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣରେ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ସଦର ନିର୍ବାଚନମଣ୍ଡଳୀରେ ସଦସ୍ୟତା ଅଭିଯାନର ସଂଯୋଜକ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରାଙ୍କୁ ମନୋନୀତ କରା ଯାଇଥିଲା । ଏଥି ସହ ମଣ୍ଡଳ ସ୍ତରରେ ନଗର ମଣ୍ଡଳରେ ରବିନାରାୟଣ ମହାପାତ୍ର, ବୁଢ଼ାବଳଙ୍ଗ ମଣ୍ଡଳରେ ଗୌରାଙ୍ଗ ଦାସ, ରୁପ୍ସା ମଣ୍ଡଳରେ ଗଙ୍ଗାଧର ରାଉତ ଓ ହରେନ୍ଦ୍ର ପ୍ରଧାନ, ପଞ୍ଚୁପଡା ମଣ୍ଡଳରେ ଲୋକନାଥ ଭୂୟାଁ ଓ ଚାନ୍ଦିପୁର ମଣ୍ଡଳରେ ଅନନ୍ତ ନାୟକଙ୍କୁ ଦାୟିତ୍ୱ ଦିଆଯାଇଅଛି। ସଦସ୍ୟ କରିବା ପାଇଁ ୮୮୦୦୦୦୨୦୨୪ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯିବା ସହ ସଦସ୍ୟତା ଅଭିଯାନ ସମୟରେ ସହାୟତା ପାଇଁ ୮୮୬୦୧୪୭୧୪୭ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଶୁଭଙ୍କର ମହାପାତ୍ର, ସୁଷମା ବିଶ୍ୱାଳ, ସୀତାକାନ୍ତ ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡା, ତପନ ଗିରି, ଅନିଲ ପାତ୍ର, ବିଜୟ ଦାସ, କାର୍ତ୍ତିକ ରାଉତ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଆଶିଷ ଘୋଷ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ