ମହୁଲ ପୋଚ ଓ ଦେଶୀମଦକୁ ଜବତ କଲା ପୁଲିସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଅବକାରୀ ବିଭାଗ ସମ୍ପୂର୍ଣ ଭାବେ ସ୍ଥାଣୁ ପାଲଟିଛି. ପ୍ରକୃତରେ ଦେଖିବାକୁ ଗଲେ ଅବକାରୀ ବିଭାଗ ଗଜପତି ଜିଲ୍ଲାରେ ଚେଇଁ ଶୋଇବା ନୀତିରେ ମାସିକ ବର୍ଦ୍ଧିତ ପାଉଣାରେ ଚୋରା ମଦ କାରବାର ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି. ଅବକାରୀ ବିଭାଗ ଜିଲ୍ଲାରେ ଚେଇଁ ଶୋଇଥିବବେଳେ ପୋଲିସ ବିଭାଗ ତରଫରୁ ଚୋରା ମଦ କାରବାର ଓ ଦେଶୀ ମଦ ରନ୍ଧା ଭାଟି ଗୁଡିକରେ ଚଢ଼ାଉ କରି ପଦକ୍ଷେପ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୋଷାଣି ବ୍ଲକ ଗାରାବନ୍ଧ ପୁଲିସ ରବିବାର ବିଭିନ୍ନ ଗ୍ରାମାଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ରନ୍ଧା ମଦ ନଷ୍ଟ କରିଛି | ଦେଶୀମଦ କାରବାରକୁ ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକାଙ୍କ ତତ୍ତ୍ଵାବଧାନରେ ଏଏସ୍‌ଆଇ ଅଶୋକ କୁମାର ବେହେରା ଓ ପୁଲିସ୍ ଟିମ୍ ବୁରୁସାହି, ବୁରୁଝୋଲି ଓ ବଡହଂସା ଗ୍ରାମାଞ୍ଚଳରେ ଚଢ଼ଉ କରିଥିଲେ। ପୁଲିସର ଚଢ଼ଉକୁ ଦେଖି ୪୦୦୦ ଲିଟର ମହୁଲ ସେ ଓ ପ୍ରାୟ ୧୦୦୦ ଲିଟର ରନ୍ଧା ଦେଶୀ ମଦ ଛାଡି ଚୋରା ମଦ ବେପାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ଟିମ୍ ସମସ୍ତ ମଦ ଓ ପୋଚକୁ ଜବତ କରି ନଷ୍ଟ କରିଥିଲେ। ଅବାଧ ମଦ କାରବାର ରୋକିବାକୁ ଗାରାବନ୍ଧ ପୁଲିସ ସଦାସର୍ବଦା ପ୍ରସ୍ତୁତ ରହିଛି ଏବଂ ଖବର ମିଳିବା ମାତ୍ରେ ଚଢ଼ଉ କରାଯାଉଛି। ଏପରି ଚଢ଼ଉ ଆଗାମୀ ଦିନରେ ମଧ୍ଯ ଜାରି ରହିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ