ପ୍ରଶାସନ ଶୁଣିଲାନି ଖାରିମେରା ରାସ୍ତା ନିଜେ ମରାମତି କଲେ ଗ୍ରାମବାସି

ମୋହନା, (ଅଂଶୁମାନ ପଣ୍ଡା):ପ୍ରଶାସନ ସୁଣିଲାନି l ଶେଷରେ ନିଜ ଗାଁ ରାସ୍ତାକୁ ନିଜ ଉଦ୍ୟମରେ ମରାମତି କଲେ ଗ୍ରାମବାସୀ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଖlରିମେରl ଗାଁରେ l ଲୋକଙ୍କ ଗମନାଗମନ ର ସୁବିଧା ପାଈଁ ସରକାର ଗଜପତି ଜିଲ୍ଲା ର ବିଭିନ୍ନ ଗାଁକୁ ୨୦୧୮ ଓ ୨୦୧୯ ରୁ ବିଭିନ୍ନ ଗ୍ରାମ କୁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହୋଇଛି l ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି l ହେଲେ ସେଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ହୋଇ ନଷ୍ଟ ହୋଇଗଲାଣି l ମୋହନା ବ୍ଲକ ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ରାସ୍ତା କିଛି ବର୍ଷ ପରେ ରକ୍ଷଣlବେକ୍ଷଣ ଅଭାବ ରୁ ରାସ୍ତା ଗୁଡିକ ଏବେ ସମ୍ପୂର୍ଣ୍ଣ ନଷ୍ଟ ହେlଇଗଲାଣି l ଯାହା ଦ୍ୱାରା ରାସ୍ତା ରେ ଖାଲଖମl ହେlଇ ପିଚୁ ବାହାରି ରାସ୍ତା ଧୋଇଯାଇଛି l ଯାହା ଦ୍ୱାରା ଗ୍ରାମ ଗୁଡିକୁ ଅଟୋ , ବାଇକ , ଆମ୍ବୁଲାନ୍ସ ଯାଇପାରୁନି l ଫଳରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ୍ୟ ବିଭାଗିୟ ନିର୍ବାହୀ ଯନ୍ତ୍ରୀ ଙ୍କ ମନମାନି ଯୋଗୁଁ ମରାମତି ହେଇପାରୁନି l ଯାହାକୁ ନେଇ ଖାରିଗୁଡା ପଂଚାୟତ ର ଖାରିମେରା ଗ୍ରାମ ଯାହାକି ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ଦୁଇ କିମି ଦୂରରେ ଅଛି lବହୁ ବର୍ଷ ହେଲାଣି ରାସ୍ତା ର ଅବସ୍ଥା ଶୋଚନୀୟ ଥିବାଯୋଗୁଁ ଗ୍ରାମ ବାସି ବହୁ ଵାର ଅଭିଯୋଗ କରିଥିଲେ ପ୍ରଶାସନ କୁ l କେହି ନ ଶୁଣିବାରୁ ଗ୍ରାମ ବାସି ଏକତ୍ରିତ ହେଇ ପାହାଡ଼ ରୁ ମାଟି ପଥର ଆଣି ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି l ତେଣୁ ଗ୍ରାମ୍ୟ ଉନୟନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପ୍ରତେକ ରାସ୍ତା କୁ ମରାମତି କରିବା ପାଇଁ ଅଂଚଳ ବାସି ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ