ଏସବିଆଇ ପକ୍ଷରୁ ସହଜ ଯାତାୟତ ପାଇଁ ଅଭିନବ ସେବା ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସାରା ଭାରତରେ ଗମାନଗମନାରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଅଭିନବ ସମାଧାନ ପ୍ରଦାନ କରାଯାଇଛି । ଭାରତର ପ୍ରଥମ ଏମ୍ଟିଏସ୍ କାର୍ଡ ଭାବେ ଏମ୍ଟିଏସ୍ ରୁପେ ଏନସିଏମସି ପ୍ରିପେଡ୍ କାର୍ଡକୁ ଏନ୍ସିଏମ୍ସିର ପରିବହନ ପ୍ରକଳ୍ପଗୁଡ଼ିକରେ ଯାତାୟତ ପାଇଁ ନିରବଚ୍ଛିନ୍ନ ଅଫଲାଇନ୍ ପେମେଂଟ୍ କରିବା ଲାଗି ପ୍ରସ୍ତୁତ କରାଯାଇଛି । ଏହି ପ୍ରିପେଡ୍ କାର୍ଡକୁ ଏନ୍ସିଏମ୍ସିର ମେଟ୍ରୋ ରେଳ, ବସ୍, ଫେରି, ଟୋଲ ଓ ପାର୍କିଂରେ ଏହାକୁ ବ୍ୟବହାର କରାଯାଇପାରିବ । ଅନ୍ୟ ଏକ ସମାଧାନ ଭାବେ ୱାନ୍ଭିଉ ମୋବାଇଲ୍ ଆପ୍ଲିକେସ୍ନ ଯାହାକୁ ଏସବିଆଇର ଏନ୍ସିଏମ୍ସି ପ୍ରିପେଡ୍ କାର୍ଡ ପରିଚାଳନା ପାଇଁ ଲାଗି ପ୍ରସ୍ତୁତ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ଗୋଟିଏ ପ୍ଲାଟଫର୍ମରେ ନିଜ କାର୍ଡ ଉପରେ ନଜର ରଖିବା ସହ ତାହାକୁ ପରିଚାଳନା କରିପାରିବେ । ସେହିପରି ଅନ୍ୟ ଏକ ସମାଧାନ ଭାବେ ଏସବିଆଇ ଫାଷ୍ଟଟ୍ୟାଗ୍ ପାଇଁ ଉନ୍ନତ ଡିଜାଇନ୍, ଯେଉଁଥିରେ ଗାଡ଼ି ପରିଚୟ ଓ ଟୋଲ୍ ସଂଗ୍ରହ ଦକ୍ଷତାରେ ଉନ୍ନତି ଅଣାଯାଇଛି । ଏହା ସାରା ଦେଶରେ ପରିବହନ ସମୟ କମ୍ କରିବାରେ ସହାୟକ ହେବ ।ଏ ସମ୍ପର୍କରେ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଚାଲା ଶ୍ରୀନିବାସୁଲୁ ସେଟ୍ଟି କହିଛନ୍ତି ଯେ, “ଦେଶର ପ୍ରଥମ ଏମ୍ଟିଏସ୍ କାର୍ଡ, ୱାନ୍ଭିଉ ମୋବାଇଲ୍ ଆପ୍ଲିକେସନ୍ ଓ ନୂତନ ଡିଜାଇନ୍ ଏସବିଆଇ ଫାଷ୍ଟଟ୍ୟାଗ୍ର ଶୁଭାରମ୍ଭ ଡିଜିଟାଲ୍ ସମାଧାନରେ ଏସବିଆଇର ନେତୃତ୍ୱ ଓ ସାର୍ବଜନୀନ ପରିବହନରେ ଉନ୍ନତି ଆଣିବା ପାଇଁ ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ନବସୃଜନଗୁଡ଼ିକୁ ଉପସ୍ଥାପନ କରି ଆମେ ଗର୍ବିତ ଯାହା ଆମ ଗ୍ରାହକମାନଙ୍କ ପାଇଁ ସୁବିଧା, ନିରାପତା ଓ ଦକ୍ଷତାରେ ଉନ୍ନତି ଆଣିବ ।”ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏମ୍ଡି ବିନୟ ଏମ୍ ଟୋନ୍ସେ କହିଛନ୍ତି ଯେ, “ଏକ ଅଧିକ ସଂଯୋଗଭିତିକ ଓ ଦକ୍ଷ ଆର୍ଥିକ ବ୍ୟବସ୍ଥା ଗଠନ କରିବାରେ ପ୍ରଯୁକ୍ତିକୁ ବ୍ୟବହାର କରିବା ଲାଗି ଏସବିଆଇର ପ୍ରତିବଦ୍ଧତାକୁ ଏହି ଅଭିଯାନଗୁଡ଼ିକ ଦର୍ଶାଉଛି । ଆମ ଗ୍ରାହକମାନଙ୍କ ବିବିଧତା ଆବଶ୍ୟକତା ପୂରଣ କରିବା ଲାଗି ଆମେ ନିରନ୍ତର ଭାବେ ସେବା ଉପସ୍ଥାପନ କରୁଛୁ ଏବଂ ସେଗୁଡ଼ିକର ସକାରା୍ମକ ପ୍ରଭାବକୁ ନେଇ ଆଶାବାଦୀ ରହିଛୁ ।”ଏସବିଆଇର ଡିଏମ୍ଡି-ଟ୍ରାଙ୍କାସନ ବ୍ୟାଙ୍କିଙ୍ଗ ଆଣ୍ଡ ନିଉ ଇନିସିଏଟିଭ୍ ମହେଶ କୁମାର ଶର୍ମା କହିଛନ୍ତି ଯେ, “ଏକ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଭାରତରେ ନିରନ୍ତର ନବସୃଜନ ଓ ଡିଜିଟାଲ ସମାଧାନ ବଢ଼ାଇବା ପାଇଁ ଏସବିଆଇ ପ୍ରତିବଦ୍ଧ ରହିଛି । ବିନା ଭେରିଫିକେସନରେ ଦେଶର ପ୍ରଥମ ଏମଟିଏସ୍ କାର୍ଡ ସହିତ କେୱାଇସି ଯାଂଚ ପ୍ରଦାନ କରାଯାଉଛି ଯାହା ଗ୍ରାହକମାନଙ୍କୁ ବସ୍ କାଉଂଟର କିମ୍ବା ମେଟ୍ରୋ ପରିଦର୍ଶନ ନକରି ସହଜରେ ଟପ୍ ଅପ୍ କରିବାକୁ ସକ୍ଷମ କରିଛି । ଏସବିଆଇର ଡିଜିଟାଲ ପେମେଂଟ୍ ସେବା ଜରିଆରେ ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଯାହା ଭାରତରେ ଡିଜିଟାଲ୍ ଆର୍ଥିକ ଅର୍ନ୍ତଭୁକ୍ତୀ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।”