କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚ଼ନ
ହାଟଡିହି, (ବିକାଶ ବିଶ୍ୱାଳ):ଆସନ୍ତା ୨୮ ତାରିଖ ରେ ହେବାକୁ ଯାଉଛି ରାଜ୍ୟର ବହୁ ଚର୍ଚ୍ଚିତ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚ଼ନ । ଏଥିପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନରେ ଦେଖା ଦେଲାଣି ନିର୍ବାଚ଼ନୀ ଉଷ୍ଣତା । ପ୍ରାର୍ଥୀମାନେ ବିଭିନ୍ନ ଅଞ୍ଚଳ ବୁଲି ଟ୍ରକ ମାଲିକମାନଙ୍କୁ ଭେଟି ପ୍ରଚାର ଆରମ୍ଭ କରିଦେଲେଣି । ଏଥର ହାଟଡିହି ଜୋନରେ କାର୍ଯ୍ୟନିର୍ବାହୀ ସଦସ୍ୟ ପାଇଁ ୨ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରୁଥିବାରୁ ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଏଠାରେ ୨୮୨ ଜଣଭୋଟର ଅଛନ୍ତି । ହାଟଡିହି ଜୋନରେ ପୂର୍ବରୁ କାର୍ଯ୍ୟନିର୍ବାହୀ ସଦସ୍ୟ ଥିବା ରବିନ୍ଦ୍ର କୁମାର ପୁହାଣ ଚଳିତ ନିର୍ବାଚନରେ ପୁନର୍ବାର ପ୍ରାର୍ଥି ହୋଇଥିବା ବେଳେ ପ୍ରଥମ କରି ସୋସୋର ପୂର୍ବତନ ସରପଞ୍ଚ ବୈଲୋଚ଼ନ ନାୟକ କାର୍ଯ୍ୟନିର୍ବାହୀ ସଦସ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଉଭୟ ପ୍ରାର୍ଥିଙ୍କ ଲୋକ ସମ୍ପର୍କ ଭଲ ଥିବାରୁ ଉଭୟ ପ୍ରାର୍ଥିଙ୍କ ଭିତରେ ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଉଭୟ ପ୍ରାର୍ଥୀ ବିଭିନ୍ନ ଗାଁକୁ ଗାଁ ବୁଲି ଟ୍ରକ ମାଲିକ ମାନଙ୍କୁ ଭେଟି ନିଜ ନିଜ ସପକ୍ଷକୁ ନେବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।