ଛାତ୍ର ଙ୍କୁ ପିସ୍ତଲ ଦେଖାଇ ହତ୍ଯାଧମକ ଅଭିଯୋଗ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ର ମଳୟକାନ୍ତ ପାଢ଼ୀ ଙ୍କୁ ୪ ଜଣ ଅଣଛାତ୍ର  ଦାଦାବଟି ପାଇଁ ତାଙ୍କୁ ପିସ୍ତଲ ଦେଖାଇ ହତ୍ଯାଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ର ଜଣକ ସୋମବାର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କ ବିରୋଧରେ ଏତଲା ଦେଇଛନ୍ତି। ପ୍ରତି ମାସରେ ଦାଦା ବଟି ନଦେଲେ ତାଙ୍କୁ ଜୀବନରେ ମାରିଦେବାକୁ ଅଭିଯୁକ୍ତ ମାନେ ଧମକ ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଛାତ୍ର ମଳୟକାନ୍ତ  ଗତ ଅଗଷ୍ଟ ୨୦ ତାରିଖ ରେ କଲେଜ ନିକଟରେ ଛିଡ଼ା ହୋଇଥିବା ବେଳେ ଦିଗପହଣ୍ଡି ପୁଞ୍ଜିକୟାଁ ଛକର ଅଜିତ ଓରଫ ବଳିଆ ସେଠୀ, ଜଗନ ସେଠୀ, ବି. ତୁରୁବୁଡି ଗ୍ରାମର କ୍ରିଷ୍ଣା ରେଡ୍ଡୀ, ପାଟପୁର ଗ୍ରାମର ଚନ୍ଦନ ମହାନ୍ତି  ତାଙ୍କୁ ମାସିକ ଦାଦାବଟି ଦେବାକୁ କହିଥିଲେ।ସେ କାହିଁକି ବୋଲି ପଚାରିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ସେହି ସମୟରେ ଅଜିତ ସେଠୀ ଏକ  ପିସ୍ତଲ ବାହାର କରି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଳୟକାନ୍ତ ପୋଲିସ କୁ କହିବା ସହ ବିଭିନ୍ନ ସମୟରେ ସେହି ଗୋଷ୍ଠୀ ର ଯୁବକ ମାନେ ତାଙ୍କୁ ରାସ୍ତାରେ ଅଟକାଇ ଧମକ ଦେଉଥିବାରୁ ସେ ବାଧ୍ୟ ହୋଇ ଜୀବନ ଭୟରେ ଏତଲା ଦେଇଥିବା କହିଛନ୍ତି। ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଥାନା ମାମଲା ନଂ. ୩୩୮/୨୪ ପ୍ରକାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଏଏସଆଇ ନରସିଂହ ପାଣିଙ୍କୁ ତଦନ୍ତ ଭାର ଦିଆଯାଇଥିବା ଆଇ ଆଇ ସି କହିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ମାନେ ଆତ୍ମଗୋପନ କରିଥିବା  ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ  ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ