ଅସଂପୂର୍ଣ୍ଣ ଗୃହ ନିର୍ମାଣ ଉପରେ ପଂଚାୟତ ସ୍ତରୀୟ ସଚେତନତା ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ ନିର୍ମାଣ ଯୋଜନାର ଅସଂପୂର୍ଣ୍ଣ ଗୃହର ହିତାଧିକାରୀଙ୍କ ନିମନ୍ତେ ପଂଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡିଓ ତପନ ମହାପାତ୍ର, ଗ୍ରାମୀଣ ଗୃହ ନୋଡାଲ ଅଧିକାରୀ ତଥା ଏବିଡିଓ ଦେବେନ୍ଦ୍ର ପ୍ରଧାନ, ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ମାନସ ଜେନା, ବ୍ଳକ କାର୍ଯ୍ୟକ୍ରମ ସହାୟକ ଅଜିତ ସାହୁ,ସରପଂଚ ଚନ୍ଦ୍ରମଣୀ ବେହେରା, ନାଏବ ସରପଂଚ ରଶ୍ମିତା ପାତ୍ର, ପିଇଓ ପ୍ରସନ୍ନ କୁମାର ପରିଡାଙ୍କ ସମେତ ପଂଚାୟତର ସମସ୍ତ ଜନପ୍ରତିନିଧି ଓ ଆବାସ ଯୋଜନାର ହିତାଧିକାରୀମାନେ ଉପସ୍ଥିତ ଥିଲେ । ବ୍ଳକର ସମୁଦାୟ ୧୬ଟି ପଂଚାୟତରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୨୮୫ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ଗୃହ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୨୧୫ଟି ଗୃହ ସଂପୂର୍ଣ୍ଣ ହୋଇଥିବା ବେଳେ ୭୦ଟି ଗୃହ ଅଧା ପନ୍ତରିଆ ହୋଇପଡି ରହିଛି ବୋଲି ଏବିଡିଓ ସୂଚନା ଦେଇଥିଲେ । ମୁଖ୍ୟତଃ ଗୃହ ଗୁଡିକ ଜମିଜମା ବିବାଦ ନେଇ ଅସଂପୂର୍ଣ୍ଣ ହୋଇପଡିରହିଛି । ତେଣୁ ଗ୍ରାମବାସୀଙ୍କ ମାଧ୍ୟମରେ ଉକ୍ତ ଜମିଜମାକୁ ଫଇସଲା କରି ଯଥା ଶୀଘ୍ର ଗୃହ ନିର୍ମାଣ ପାଇଁ ବିଡିଓ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ