ଶାଳଣିଆଁରେ ଯୁବ ସଂସ୍କାର କାର୍ଯ୍ୟକ୍ରମ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍ ସ୍ଥିତ ଶାଳଣିଆଁ ହାଇସ୍କୁଲରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମଶ୍ରୀ ବାବା ବଳିଆଙ୍କ ଶିଷ୍ୟ ସେବକ ଗୋପାଳ ଦାସ କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହିତ ଯୁବ ସଂସ୍କାର ବାର୍ତ୍ତା ପ୍ରଦାନ କରିଛନ୍ତି। ଯାହାଦ୍ବାରା ଆଗାମୀ ଭବିଷ୍ୟତ ଦାୟଦ ମାନଙ୍କୁ ଗଢିବାର ଏକ ମହାନ୍ ସଂକଳ୍ପ ନେବା ସହିତ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆଲୋଡନ ସୃଷ୍ଟି କରିଛି। ସେବକ ଗୋପାଳ ଦାସ ୨୦୧୩ ରୁ ଆଜି ପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଧ ସ୍କୁଲ କଲେଜ୍ ରେ ଏହି କାର୍ଯ୍ୟକ୍ରମ ଦ୍ବାରା ବହୁତ୍ କୁନି କୁନି ପିଲାଙ୍କ ମନରେ ଏକ ଦୃଢତା ଆଣିଛନ୍ତ ଓ ସଂସ୍କାର ସୃଷ୍ଟି କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମସ୍ତେ ମନେ ରଖିବା ଉଚିତ୍ ପର ନିନ୍ଦା, ପର ଆଲୋଚନା, ପର ଚର୍ଚ୍ଚା, ଜିନ୍ଦାବାଦ ମୁର୍ଦାବାଦ କରିବାର ସମୟ ନୁହଁ। ସମୟ ଆସିଛି ଛୋଟ ଛୋଟ ପିଲା ମାନଙ୍କୁ ଉତ୍ତମ ସଂସ୍କାର ଦେଇ ଗଢିବାର ସମୟ। ପିଲା ମାନ ଙ୍କୁ ଯୋଗ, ପ୍ରାଣାୟାମ, ଧ୍ୟାନ ଓ ଆତ୍ମନିର୍ଭରଶିଳ ଓ ଆତ୍ମ ରକ୍ଷାର କଳା ଶିଖେଇବା ଦରକାର । ଯଦି ଏହାକୁ ଆମେ ଗୁରୁତ୍ୱ ନ ଦେବା ଓ ସହଯୋଗ ନକରିବା, ତେବେ ଵୃଦ୍ଧାଶ୍ରମ ବଢିବ, ମାନସିକ ଚାପରେ ମେଡିକାଲରେ ରୋଗୀ ବଢିବେ,ବାପା ମା ଙ୍କ ଆଖି ରୁ ଲୁହ ଗଡିବ ଓ ଯୁବ ପିଢ଼ିଙ୍କ ଆତ୍ମହତ୍ୟା ବଢିବ ବୋଲିସେ କହିଛନ୍ତି । ଦୀର୍ଘ ୧୩ ବର୍ଷ ଧରି ସେ ୫୦୦ ରୁ ଉର୍ଦ୍ଧ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏପରି ଯୁବ ସଂସ୍କାର କାର୍ଯ୍ୟକ୍ରମ କରି ସାରିଲେଣି। ପ୍ରତିଟି ବାପା ମା ଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କ ଜୀବନ ପାଇଁ ଏହା ଏକ ଗୁରୁ ଦାଇତ୍ବ ହେବା ଉଚିତ୍ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶାଳଗିଆଁ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ପୁର୍ଣ୍ଣଚ଼ନ୍ଦ୍ର ସାହୁ, ରତ୍ନାକର ଦ୍ୱିବେଦୀ, ରାଧାଶ୍ୟାମ ନାୟକ ଉପସ୍ଥିତ ଥିଲେ । ଏପରି ଯୁବ ସଂସ୍କାର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ଏକ ଦିଗଦର୍ଶନ ଦେବ ବୋଲି ଉପସ୍ଥିତ ଶିକ୍ଷକ ଓ ଅଭିଭାବକ ମାନେ କହିଛନ୍ତି ।