ସରକାରୀ ଜମି ଜବରଦଖଲ ଅଭିଯୋଗ: ତହସିଲଦାର ନିରବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କହ୍ନେଇପୁର ଗ୍ରାମରେ ଏକ ସରକାରୀ ଜମିକୁ ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ଗୃହ ନିର୍ମାଣ କରୁଥିବା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ନିକଟରେ ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗକାରୀ ସନ୍ତୋଷ କୁମାର ବେହେରା ଦର୍ଶାଇଛନ୍ତି ସେହି ସରକାରୀ ଜମିରେ ଯୁବକସଙ୍ଘ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଗୃହ ନିର୍ମାଣ ପାଇଁ ଯୋଜନା ହୋଇଥିଲା । କିନ୍ତୁ ଉକ୍ତ ଗ୍ରାମର ହିମାଂଶୁ ଚୈାଧୁରୀ ନାମକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ସେହି ଜମିକୁ ଜବରଦଖଲ କରି ଗୃହ ନିର୍ମାଣ କରୁଛନ୍ତି । ଏସମ୍ପର୍କରେ କେନ୍ଦ୍ରାପଡା ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲେବି ତହସିଲଦାର ନିରବ ରହିଥିବା ଅଭିଯୋଗ ହୋଇଛି । ବାଧ୍ୟ ହୋଇ ଗ୍ରାମବାସୀଙ୍କ ପକ୍ଷରୁ ଏହା ବିରୋଧରେ ଉଚ୍ଚ ନ୍ୟାୟଳୟରେ ଏକ ରିଟ ପିଟିସନ ଦାୟର କରାଯାଇଥିଲା । ଏହାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ସଂପୃକ୍ତ ଜମିର ମାପଚୁପ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ତଦନ୍ତ କରିବାକୁ ତହସିଲଦାରଙ୍କୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ତହସିଲଦାର ଏଥିରେ ପକ୍ଷ ପାତିତା କରିଥିବା ଶ୍ରୀ ବେହେରା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ଶ୍ରୀ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ