ବିଦ୍ୟୁତ୍ ଆଘାତ ରେ ଶ୍ରମିକ ମୃତ

ମୋହନା, (ଅଂଶୁମାନ ପଣ୍ଡା):ଘରେ ରଙ୍ଗଲଗା କାର୍ଯ୍ୟ କଲାବେଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଭଞ୍ଜନଗର ଥାନା ବାଲିଆପଟ୍ଟା ଗ୍ରାମର ଅକ୍ଷୟ ନାୟକ l ମୋହନା କଲେଜ ଛକ ନିକଟରେ ଏକ ନିର୍ମାଣାଧିନ ଘର ଉପରେ ରଙ୍ଗଲଗା କାର୍ଯ୍ୟ କରିବାବେଳେ ଘର ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଅକ୍ଷୟ ଆସିଥିଲେ l ଗୁରୁତର ଅବସ୍ଥା ରେ ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା, ତେଵେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୋହନା ପୋଲିସ ଘଟଣା ର ତଦନ୍ତ କରୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ