ସରକାରୀ ନିୟମକୁ ଉଲଘଂନ କରି ଚଂଚକତା ସହ କୁରିକି ଚତରା ପୋଖରୀକୁ ନିଲାମ ଦିଆଯାଇଥିବା ବିଡିଓଙ୍କୁ ଲିଖିତ ଅଭିଯୋଗ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂଗହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତର କୁରିକି ଗ୍ରାମରେ ଥିବା ଚତରା ପୋଖରୀ ବେଆଇନ ଭାବେ ଚଂଚକତା ସହ ନିଲାମ କରାଯାଇଥିବା ଗ୍ରାମର ବିଭିନ୍ନ ସ୍ୱୟଂ ସହାୟୀକା ଦଳର ମହିଳାମାନେ ବିଡିଓ ତପନ ମହାପାତ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ଗ୍ରାମରେ ୧୦ଟି ସ୍ୱୟଂ ସହାୟୀକା ଦଳ ରହିଛି । କିନ୍ତୁ ସରକାରୀ ସ୍ତରରେ ଗତ ସେପ୍ଟମ୍ବର ୨ ରେ ଚତରା ପୋଖରୀ ଏକ ନିର୍ଦ୍ଦିଷ୍ଟ ସ୍ୱୟଂ ସହାୟୀକା ଦଳକୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ବିଷୟରେ ଅନ୍ୟ କୌଣସି ସ୍ୱୟଂ ସହାୟୀକା ଦଳ ନ ଜାଣିଥିବାରୁ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ପାରିଲେ ନାହିଁ । ନିଲାମ ପ୍ରକ୍ରିୟାରେ ଖୋଲା ଖୋଲି ଭାବେ ସରକାରୀ ନିୟମକୁ ଉଲଘଂନ କରାଯାଇଛି । ତେଣୁ ଉକ୍ତ ନିଲାମକୁ ବାତିଲ କରାଯାଇ ସରକାରୀ ନିୟମାନୁସାରେ ନିଲାମ ପ୍ରଦାନ କରିବା ପାଇଁ ବିଣାପାଣି ସ୍ୱୟଂ ସହାୟୀକା ଦଳର ଶୈଳବାଳା ପରିଡା, ସସ୍ମିତା ସ୍ୱାଇଁ, ଇଶାନେଶ୍ୱର ସ୍ୱୟଂ ସହାୟୀକା ଦଳର ରିନୁ ମଲ୍ଲିକି,ସଂଜୁକ୍ତା ସେଠୀ, ଜୟ ହନୁମାନ ସ୍ୱୟଂ ସହାୟୀକା ଦଳର ଉପମା ଦାସ, ନର୍ମଦା ଦାସ, ଶ୍ରୀଜଗନ୍ନାଥ ସ୍ୱୟଂ ସହାୟୀକା ଦଳର ରଶ୍ମିତା ମୁଦୁଲି, ଗୀତାଞଳୀ ପରିଡା, ମା କୁତାମ ଚଣ୍ଡୀ ସ୍ୱୟଂ ସହାୟୀକା ଦଳର ସୁଚିତ୍ରା ଦାସ, ଚାରୁଲତା ସ୍ୱାଇଁ ଆଦି ବିଡିଓଙ୍କୁ ଲିଖିତ ଭାବେ ଜଣାଇବା ସହ ବିଧାୟକ ଜଗତସିଂହପୁରକୁ ଅବଗତ କରାଇଛନ୍ତି ।