ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନକରିବାପାଇଁ ବୈଠକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଆସନ୍ତା ୭ ତାରିଖରେ ଗଣେଶ ପୂଜା ଥିବାରୁ କେମିତି ଶାନ୍ତି ଶୃଙ୍ଖଳା ସହ ପୂଜା ଏବଂ ଭସାଣି କାର୍ଯ୍ୟ ହେବ ସେଥିପାଇଁ ଭଞ୍ଜନଗର ବଜାରର ବିଭିନ୍ନ ପୂଜା କମିଟିର ସଦସ୍ୟ ମାନଙ୍କ ସହିତ ଭଞ୍ଜନଗର ଥାନାରେ ଭଞ୍ଜନଗର ଏସଡିପିଓଙ୍କ ତତ୍ୱାବଧାନରେ ଆଲୋଚନା କରାଯାଇଥିଲା ସୂଚନାଯୋଗ୍ୟ ଯେ ଭଞ୍ଜନଗର ସହର ଓ ଏହାର ଆଖପାଖରେ ବହୁ ସ୍ଥାନରେ ଗଣେଶ ପୂଜା ହୋଇଥାଏ । ତେଣୁ ସେହି ଅନୁସାରେ ବିଭିନ୍ନ ପୂଜା ମେଢକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ଭଞ୍ଜନଗର ଥାନା ପରିସରରେ ବୈଠକରେ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କୁ ନେଇ ହୋଇଥିଲା । ଏହା ଛଡା ବିସର୍ଜନ ସମୟରେ କିପରି ସୁରୁଖୁରୁରେ ବିସର୍ଜନ ହେବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ପୂଜା ସମୟରେ କିପରି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ସାଉଣ୍ଡ ବ୍ୟବହାର ବନ୍ଦ କରିବା ସେ ଉପରେ ଧ୍ୟାନ ଦେବାକୁ ପୂଜା କମିଟି ମାନଙ୍କୁ ତାଗିଦ କରାଯାଇଛି।ଭଞ୍ଜନଗର ଥାନା ପରିସର ରେ ବସି ଥିବା ବୈଠକରେ ପୁରୁଣା ବଜାର ସାହି, ଖଲା ସାହି, ଭେଜିପୁଟ, ତୋଟା ସାହି, ବଡ ଧୋବା ସାହି, ଲଣ୍ଡେଇ ସାହି ପ୍ରଭୁତି ଅଞ୍ଚଳର କମିଟି ସଦସ୍ୟ ଯୋଗ ଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ