ସାପ କାମୁଡା କାମୁଡି ଶିଶୁ କନ୍ୟାର ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଅନ୍ତର୍ଗତ ଏସ ଗୋପାଳପୁର ପଞ୍ଚାୟତ ମାଦଳାପଲ୍ଲୀ ଗ୍ରାମରେ ସାପ କାମୁଡି ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମାଦଳାପଲ୍ଲୀ ଗ୍ରାମର ବୃନ୍ଦାବନ ମଲ୍ଲିକଙ୍କ ଶିଶୁ କନ୍ୟା ପ୍ରିୟଙ୍କା ମଲ୍ଲିକ (୩) ବୋଲି ଜଣାପଡ଼ିଛି। ଏନେଇ ବୃନ୍ଦାବନ ମଲ୍ଲିକ ପାଟପୁର ଥାନାରେ ଏତଲା ଦେଇଛନ୍ତି।ସୂଚନା ପ୍ରକାରେ ଶିଶୁ କନ୍ୟାଟି ମାଆ ସହ ଗାଁ ପୋଖରୀ ହିଡରେ ଆସୁଥିବା ବେଳେ ବିଷାକ୍ତ ସର୍ପ କାମୁଡି ଥିଲା। ମାଆ ଜାଣିବାକୁ ପାଇଲା ସଙ୍ଗେ ସଙ୍ଗେ ଅଟୋରେ ଶେରଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ପାଟପୁର ପୋଲିସ ଏତାଲା ପକାଇବା ପରେ ଶେରଗଡ଼ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିବା ଜଣାପଡିଛି। ଏନେଇ ପାଟପୁର ପୋଲିସ ୧୮/୨୪ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ