ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ଜିଲାରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ବ୍ଯବସ୍ଥା ମଧ୍ୟରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ବସ୍ତା ନିର୍ବାଚନ ମଣ୍ଡଳୀର ଦରଡ଼ା ଠାରେ ଏକ ସାମ୍ୱାଦିକ ସମ୍ମୀଳନୀରେ ଏହାର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା ପ୍ରାଥମିକ ସୂଚନା ଦେଇଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ବ୍ଯକ୍ତବ୍ଯରେ କହିଥିଲେ ଯେ “ବିଜେପିର ମୂଳ ମନ୍ତ୍ର ହେଉଛି ସେବା ହିଁ ସଂଗଠନ” ଏବଂ ସଂଗଠନର ଆତ୍ମା ହେଉଛି “ପ୍ରାଥମିକ ସଦସ୍ୟତା”, ଏହି ସଦସ୍ୟତା ଅଭିଯାନ ଅନ୍ ଲାଇନ, ମିସ୍ କଲ (୮୮୦୦୦୦୨୦୨୪), ନମୋ ଆପ୍, କ୍ୟୁଆର କୋର୍ଡ ଏବଂ ଅଫଲାଇନ ମାଧ୍ଯମରେ ହୋଇପାରିବ। ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାଯ୍ୟକର୍ତା ଘରକୁ ଘର ଯାଇ ସଦସ୍ୟତା ଅଭିଯାନକୁ ସଫଳ କରିବେ ବୋଲି କହିଥିଲେ।ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ସଦସ୍ୟ ହେବା ପାଇଁ ସଦସ୍ୟତା ଅଭିଯାନରେ ସାମିଲ ହୁଅନ୍ତୁ ବୋଲି ବାଲେଶ୍ବରବାସୀଙ୍କୁ ଆହ୍ବାନ ଦେଇଥିଲେ।ସଙ୍ଗଠନ ଚଳାଇବାର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା ଏବଂ ଦଳର ଶକ୍ତିର ମୂଳ ଆଧାର ହେଉଛି ସଙ୍ଗଠନ ତେଣୁ ସଦସ୍ୟତା ଅଭିଯାନ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ। ସେ ଆହୁରି କହିଥିଲେ ଯେ ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ବୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଦସ୍ୟତା ଅଭିଯାନର ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ସଂଯୋଜକ କମଳଲୋଚନ ଦାସ, ବସ୍ତା ଗଣମାଧ୍ୟମ ସଂଯୋଜକ ଦିବାକର ରାଉତ ଉପସ୍ଥିତ ଥିଲେ।