ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ୩୯ତମ ଜାତୀୟ ଚକ୍ଷୁଦାନ ପକ୍ଷ ୨୦୨୪ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗ ଆନୁକୂଲ୍ୟରେ ୩୯ତମ ଜାତୀୟ ଚକ୍ଷୁଦାନ ପକ୍ଷ ୨୦୨୪ ପାଳିତ ହୋଇଯାଇଛି I ଏହି ଅବସରରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼. ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଚକ୍ଷୁଦାନ, ଚକ୍ଷୁବ୍ୟାଙ୍କ ଓ କର୍ଣ୍ଣିଆ ପ୍ରତିରୋପଣ ସମ୍ବନ୍ଧୀୟ ଆକାଡେମିକ ସେମିନାର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରି ମେଡିକାଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଚକ୍ଷୁଦାନ ଏକ ମହତ କାର୍ଯ୍ୟକ୍ରମ ଓ ଏଥିରେ ସମସ୍ତେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରାଯାଇଥିଲା I ଉକ୍ତ ସେମିନାରରେ ମୁଖ୍ୟ ଅତିଥି ଭାବେ ସୁପେରିଟେଣ୍ଡେଣ୍ଟ ପ୍ରଫେସର ଡ଼. ନିର୍ମଳ ଚନ୍ଦ୍ର ସାହା, ବରିଷ୍ଠ ପ୍ରଶାସିକା ଶ୍ରୀମତୀ ମନୋରମା ଭୂୟାଁ, ବରିଷ୍ଠ ଡିଏମଓ ଡ଼. ସୁଶାନ୍ତ କୁମାର ନାୟକ ଓ ବରିଷ୍ଠ ଚକ୍ଷୁବିଶେଷଜ୍ଞ ଡ଼. ସୁଜିତ ନାରାୟଣ ମହାପାତ୍ର ଯୋଗଦାନ ପୂର୍ବକ ନିଜର ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିଲେ I ବିଭାଗ ମୁଖ୍ୟ ଡ଼. ପାଣିଗ୍ରାହୀ ଚକ୍ଷୁଦାନ, ଚକ୍ଷୁବ୍ୟାଙ୍କ ଓ କର୍ଣ୍ଣିଆ ପ୍ରତିରୋପଣ ଉପରେ ଆଲୋକପାତ କରିଥିଲେ I ଉକ୍ତ ସେମିନାର ପରିଚାଳନାରେ ଚକ୍ଷୁ ବିଭାଗର ଡିଏନବି ଛାତ୍ର ଡ଼. ଗୌରବ ଶ୍ରେଷ୍ଠ, ଡ଼. ଅର୍ପିତା ଘଡେଇ ଓ ଡ଼. ଶୁଭସ୍ମିତା ବିଶ୍ୱାଳ ସହଯୋଗ କରିଥିଲେ I ଏହି ଅବସରରେ ମାରୱାଡି ମହିଳା ସମିତିର ସଭ୍ୟା, ମେଡିକାଲ କଲେଜର ଛାତ୍ରଛାତ୍ରୀ, ଜୁନିଅର ଡାକ୍ତର, ନର୍ସିଙ୍ଗ ଅଧିକାରୀ, ହସ୍ପିଟାଲ ମ୍ୟାନେଜର ଓ କର୍ମଚାରୀମାନେ ସହଯୋଗ କରିଥିଲେ I